PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଜି କୁଷ୍ଠ ନିରାକରଣ ଦିବସ, ଏବେ ବି ବର୍ଷକୁ ୧୦ ହଜାରରୁ ଅଧିକ ନୂତନ ରୋଗୀ ହେଉଛନ୍ତି ଚିହ୍ନଟ

  • ୨୦୨୧-୨୨ରେ ୫୭୨୯ ରୋଗୀ ଚିହ୍ନଟ
  • ରାଜ୍ୟରେ କୁଷ୍ଠ ସେବା ବିପର୍ଯ୍ୟସ୍ତ
  • ଖାଲି ପଡ଼ିଛି ୩୫୯ କୁଷ୍ଠକର୍ମୀ ପଦ
  • ଜାତୀୟ ସ୍ତରୀୟ ହିନ୍ଦ୍‌ କୁଷ୍ଠ ନିବାରଣ ସଂଘକୁ ଭାଙ୍ଗିଦେବା ପାଇଁ ଚକ୍ରାନ୍ତ

ଭୁବନେଶ୍ୱର, ୩୦/୦୧୧: ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ କେହି ହନ୍ତସନ୍ତ ହେବେନାହିଁ । ସମସ୍ତଙ୍କୁ ସବୁଠି ସୁବିଧାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଚିକିତ୍ସା ବ୍ୟବସ୍ଥାକୁ ଶୃଙ୍ଖଳିତ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସ୍ଲୋଗାନ୍‌ ଦେଉଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ଚିକିତ୍ସା ସୁବିଧା ନପାଇ ରାଜ୍ୟରେ ହଜାର ହଜାର କୁଷ୍ଠ ରୋଗୀ କଲବଲ ହେଉଛନ୍ତି । କେଉଁଠି ରୋଗୀଙ୍କ ପାଇଁ ଔଷଧ ନାହିଁ ତ’ ଆଉ କେଉଁଠି କୁଷ୍ଠାଶ୍ରମ ତଥା କଲୋନୀର ଅବସ୍ଥା ଦୁର୍ବିସହ ହୋଇପଡିଲାଣି ।

୨୦୦୦ ମସିହା ସୁଦ୍ଧା ରାଜ୍ୟରେ କୁଷ୍ଠ ନିରାକରଣ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ଏବେ ଯାଏଁ ତାହା ସମ୍ଭବ ହେଉନାହିଁ । ରାଜ୍ୟ ସରକାର ଓଡ଼ିଶାକୁ ୨୦୦୬-୨୦୦୭ ମସିହାରେ ୫୦୮୮ ନୂତନ କୁଷ୍ଠ ରୋଗୀ ଚିହ୍ନଟ ଦର୍ଶାଇ କୁଷ୍ଠମୁକ୍ତ ଘୋଷଣା କରିଥିଲେ । ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ୨୦୧୩-୧୪ ଠାରୁ ୨୦୧୯-୨୦ ମସିହା ଯାଏ ୧୦ ହଜାର ରୁ ଅଧିକ ନୂତନ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି ।

ଯାହାଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ଅନୁସାରେ କୁଷ୍ଠ ପ୍ରବଣ ରାଜ୍ୟରେ ପରିଗଣିତ ହୋଇଛି ଓଡ଼ିଶା । ୨୦୨୧-୨୨ରେ ୫୭୨୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଥିବା ୧୫ଟି କୁଷ୍ଠ ଚିକିତ୍ସାଳୟ, ୪ଟି କୁଷ୍ଠାଶ୍ରମ ଏବଂ ୮୬ଟି କୁଷ୍ଠ କଲୋନୀରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବରୁ ଅଚଳ ହୋଇ ପଡ଼ିରହିଛି । ୧୨୫୧ କୁଷ୍ଠକର୍ମୀ ପଦବୀରୁ ଏବେ ଅଛି ମାତ୍ର ୪୦୪ ପଦବୀ । ସେଥିରୁ ୩୫୯ ଆଜି ସୁଧା ଖାଲି ପଡ଼ିଛି ।

ଓଡ଼ିଶାରେ ହିନ୍ଦ୍‌ କୁଷ୍ଠ ନିବାରଣ ସଂଘ ୧୯୫୦ ମସିହାରୁ ବିଧିବଦ୍ଧ ଭାବରେ କାର୍ଯ୍ୟ କରି ଆସୁଥିଲା । ୨୦୧୧ ମସିହାରୁ ବାର ବର୍ଷ ଧରି କୌଣସି ବୈଠକ ବସିନାହିଁ । କୁଷ୍ଠାଶ୍ରମ ପରିଚାଳନାରେ ତ୍ରୁଟି, ଅନିୟମିତତା, ଚିକାତ୍ସା ଓ ସୁଷମ ଖାଦ୍ୟ ଅଭାବରୁ କୁଷ୍ଠ ପୀଡ଼ିତମାନେ ଆଶ୍ରମରୁ ବାହାରି ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି । ଏହି କାରଣରୁ ଆଶ୍ରମ ଗୁଡ଼ିକ ବନ୍ଦ ହୋଇଯାଇଛି ।

୨୦୧୮ ମସିହାରେ ସାମାଜିକ ସୁରକ୍ଷା ବିଭାଗରୁ ୧୮ ଲକ୍ଷ ଟଙ୍କା, ଖଟ, ଶେଜ, ମଶାରୀ ଇତ୍ୟାରି ଆସବାବପତ୍ର ପାଇଁ ହାତୀବାଡ଼ି କୁଷ୍ଠାଶ୍ରମକୁ ଦିଆଯାଇଥିଲା । ମାତ୍ର କୁଷ୍ଠ ରୋଗୀଙ୍କୁ ଯୋଗାଇ ଦିଆଗଲା ନାହିଁ । ରୋଗୀମାନେ ବାରଣ୍ଡାରେ ଗଡୁଛନ୍ତି କିମ୍ବା ନିଜେ ହାତ ତିଆରି ଖଟରେ ଶୋଉଛନ୍ତି ।

କଟକ କୁଷ୍ଠାଶ୍ରମର ୫୦ ଏକର ଜାଗା, ପୁରୀ କୁଷ୍ଠାଶ୍ରମର ୯ ଏକର ଜାଗା ଏବଂ ମାଣିକପାଟଣା ବ୍ରହ୍ମଗିରିରେ ୪୦ ଏକର ସଂଘର ଜାଗାକୁ ଜବରରଖଲ କରାଯାଇଛି । କଟକ କୁଷ୍ଠାଶ୍ରମକୁ ଛାଡ଼ିଲେ ବାଲେଶ୍ୱର, ସମ୍ବଲପୁର ଏବଂ ଗଜପତି ଜିଲ୍ଲାର କୁଷ୍ଠାଶ୍ରମର ରୋଗୀମାନେ ଅଧିକାଂଶ ସମୟରେ ଖାଦ୍ୟ ନପାଇ ଉପବାସ ରହୁଛନ୍ତି । କଟକ କୁଷ୍ଠାଶ୍ରମରେ ୩୨ ଜଣ ସ୍ଥାୟୀ ଓ ଠିକା କର୍ମଚାରୀ ଥିଲାବଳେ ବାଲେଶ୍ୱର, ଗଜପତି ଜିଲ୍ଲାର କୁଷ୍ଠାଶ୍ରମରେ କୌଣସି କର୍ମଚାରୀ ନାହାନ୍ତି । ସମ୍ବଲପୁର କୁଷ୍ଠାଶ୍ରମରେ ୧୪୦ ଜଣ କୁଷ୍ଠରୋଗୀଙ୍କ ପାଇଁ ମାତ୍ର ୨ ଜଣ ଠିକା କର୍ମଚାରୀ ରୋଷେୟା ଓ ଜଣେ ଡ୍ରେସ୍‌ର ପରିଚଳନା କରୁଛନ୍ତି । ଯେଉଠି ଅତିକମ୍‌ରେ ୨୦ ଜଣ କର୍ମଚାରୀଙ୍କ ଆବଶ୍ୟକତା ଅଛି ।

ସମ୍ବନ୍ଧିତ ଖବର