ଭୁବନେଶ୍ୱର ହେବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଭେନ୍ୟୁ

source:http://dc.medill.northwestern.edu
ଭୁବନେଶ୍ୱର, ୨୭ ।୧ (ବ୍ୟୁରୋ): ୨୦୧୭ରେ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ (ପୁରୁଷ)ର ସଫଳ ଆୟୋଜନ ପରେ ପୁଣି ଭାରତ ଆଉ ଏକ ବିଶ୍ୱକପ୍ ଆୟୋଜନ କରିବା ନେଇ ମନ ବଳାଇଛି । ୨୦୨୦ରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ପାଇଁ ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫ୍ଏଫ୍) ବିଡ୍ ଆହ୍ୱାନ କରୁଛି । ଭାରତ ସରକାର ଏଥିପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ବିଡ୍ରେ ଦେଶର ପ୍ରମୁଖ ୬ଟି ସହରକୁ ୬ଟି ଭେନ୍ୟୁ ଭାବେ ସାମିଲ କରାଯାଇଛି । ଭୁବନେଶ୍ୱର ଏହି ଭେନ୍ୟୁ ମଧ୍ୟରେ ସାମିଲ ରହିଛି । ଏଆଇଏଫ୍ଏଫ୍ ଯଦି ବିଡ୍ରେ ବିଜୟୀ ହୁଏ ତେବେ ଭୁବନେଶ୍ୱର ଗୋଟିଏ ଭେନ୍ୟୁ ହେବା ନିଶ୍ଚିତ । ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ସୂଚନା ଅନୁସାରେ, ମହିଳା ବିଶ୍ୱକପ୍ର ଭେନ୍ୟୁ ପାଇଁ ଆମେ ସମ୍ମତି ପତ୍ର ଏଆଇଏଫ୍ଏଫ୍ ପ୍ରଦାନ କରିଛୁ ।’ ପୂର୍ବରୁ ଭୁବନେଶ୍ୱର ହକି ବିଶ୍ୱକପ୍ ଆୟୋଜନ କରି ସାରା ବିଶ୍ୱରେ ପ୍ରଶଂସିତ ହେବା ସହ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛି ।