PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଯଦି ସ୍ଥିତି ଠିକ ରହିଛି ତେବେ ଜାମ୍ମୁରୁ ଲାଲ ଚୌକ କାହିଁକି ପଦଯାତ୍ରା କରୁନାହାନ୍ତି ଅମିତ ଶାହ’ ଶ୍ରୀନଗରରେ କହିଲେ ରାହୁଲ     

  • ଅମିତ ଶାହଙ୍କୁ ରାହୁଲଙ୍କ ଟାର୍ଗେଟ
  • ସାମ୍ୱାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ
  • ଲାଲ ଚୌକରେ ରାହୁଲ ଉଡାଇଲେ ତ୍ରିରଙ୍ଗା

ଶ୍ରୀନଗର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ଶେଷ ହେବାର  ଗୋଟିଏ ଦିନ ପୂର୍ବରୁ ୨୯ ଜାନୁଆରେ ଶ୍ରୀନଗରରେ ଶେଷ ହୋଇଛି। ରାହୁଲ ଗାନ୍ଧୀ ତ୍ରିରଙ୍ଗା ଉଡ଼ାଇ ଏହି ଯାତ୍ରା ଶେଷ ହେବା ନେଇ ଘୋଷଣା କରିଥିଲେ। ଏହା ସହ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ସେ ଶାହଙ୍କୁ ଚ୍ୟାଲେଞ୍ଚ ମଧ୍ୟ କରିଛନ୍ତି। କାଶ୍ମୀର ଘାଟିରେ ସ୍ଥିତି ସମ୍ପର୍କରେ ରାହୁଲ କହିଛନ୍ତି, ଯଦି କାଶ୍ମୀର ଘାଟିର ସ୍ଥିତି ଠିକ୍‌ ଅଛି ତେବେ କୌଣସି ବିଜେପି ନେତା କିମ୍ୱା ଗୃହମନ୍ତ୍ରୀ ଅମିତ ଶାହ କାହିଁକି ଜାମ୍ମୁରୁ ଲାଲ ଚୌକ ଯାଏ ପଦ ଯାତ୍ରା କରୁନାହାନ୍ତି? ବିରୋଧୀ ଏକାଠି ପାଇଁ ଏକ ବାର୍ତ୍ତାରେ ରହୁଲ କହିଛନ୍ତି, ଦଳ ଭିତରେ କିଛି ମତଭେଦ ଥିଲା। ହେଲେ ଆଶ୍ୱାସନା ଦେଇଛନ୍ତି ବିରୋଧୀ ନିଶ୍ଚିତ ଭାବେ ଏକଜୁଟ ହେବେ।  

"Let Amit Shah Walk From Jammu To Lal Chowk If All's Well": Rahul  Gandhi

ଭାରତ ଯାଡ଼ୋ ଯାତ୍ରା ଶେଷ ହେବା ପରେ ରାହୁଲ ଗାନ୍ଧୀ ସାମ୍ୱାଦିକ ସମ୍ମିଳନୀରେ ସବୁ ପ୍ରଶ୍ନର ଜବାବ ଦେଇଛନ୍ତି। ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବିଜେପି ଦାବି କରୁଛି ଯେ ଜାମ୍ମୁ-କାଶ୍ମୀରରେ ୩୭୦ ହଟାଇବା ପରେ ସୁରକ୍ଷା ସ୍ଥିତିରେ ସୁଧାର ଆସିଛି। କ’ଣ ଆପଣ ସହମତ କି ବିଜେପିର ଏହି ଦାବି ଉପରେ? ଜବାବରେ ରହୁଲ କହିଛନ୍ତି, ନା , ଏଠାରେ ଟାର୍ଗେଟ କିଲିଂ ହେଉଛି। ବୋମା ବିସ୍ଫୋରଣ ହେଉଛି। ଯଦି ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆସିଛି ତେବେ ବିଜେପି କାହିଁକି ଏଠାରେ ପଦ ଯାତ୍ରା କରୁନାହିଁ?  

NDTV News feed on Twitter: ""Let Amit Shah Walk From Jammu To Lal Chowk If All's  Well": Rahul Gandhi https://t.co/tmzmivcxgx https://t.co/Fc4RNCHQVj" /  Twitter

ରାହୁଲ ଗାନ୍ଧୀ ଗତ ସେପ୍ଟେମ୍ୱର ୭ ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରାର ଶେଷ ଦିନରେ ସେ ଶ୍ରୀନଗର ସ୍ଥିତ ଲାଲ ଚୌକରେ ରାଷ୍ଟ୍ରୀୟ ତ୍ରିରଙ୍ଗା ଉଡ଼ାଇଛନ୍ତି। ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଓ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାହୁଲ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରାରେ ବହୁତ କିଛି ଶିଖିବାକୁ ମିଳିଛି। ତାଙ୍କର ଲକ୍ଷ୍ୟ ଥିଲା ଲୋକଙ୍କୁ ଯୋଡ଼ିବା ଓ ଦେଶରେ ଘୃଣା ଶେଷ କରିବା। 

   

Rahul Gandhi Bharat Jodo Yatra Highlights: 'Yatra is against fear, hatred,  inflation and unemployment,' says Rahul | India News,The Indian Express

ସମ୍ବନ୍ଧିତ ଖବର