PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଚୀନ୍‌ ରାଷ୍ଟ୍ରପତି ଗୃହବନ୍ଦୀ ! ସେନା ନିୟନ୍ତ୍ରଣରେ ରାଜଧାନୀ ବେଜିଂ, ପଦରୁ ହଟିବେ ଜିନ୍‌ପିଙ୍ଗ୍‌

ବେଜିଂ,୨୫/୦୯: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ପଦରୁ ହଟାଇ ଦିଆଯାଇଛି । ସେନାଧ୍ୟକ୍ଷ ପଦ ବି ଛଡ଼ାଇ ନିଆଯାଇଛି । ରାଜଧାନୀ ବେଜିଂରେ ଏବେ ସେ ଗୃହବନ୍ଦୀ । ସେନା ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ରାଜଧାନୀ । ଚୀନ୍‌ର ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ୍‌ ମିଡିଆରେ ବର୍ତ୍ତମାନ ଏହିଭଳି ଚର୍ଚ୍ଚା ଚାଲିଛି ।

ରିପୋର୍ଟ ମୁତାବକ, ଚୀନ୍‌ର ପିପୁଲ୍‌ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ) ୬୯ ବର୍ଷୀୟ ଜିନ୍‌ପିଙ୍ଗ୍‌ଙ୍କ ଶାସନଶୈଳୀକୁ ନେଇ ଅସନ୍ତୁଷ୍ଟ ଥିଲା । ଏବେ ଏହା ଆକ୍ସନ୍‌କୁ ଆସିଛି । ଜିନ୍‌ପିଙ୍ଗ୍‌ଙ୍କୁ ହଟାଇ ତାଙ୍କ ସ୍ଥାନରେ ପିଏଲ୍‌ଏ ଜେନେରାଲ ଲି କିଆଓମିଙ୍ଗ୍‌ ଚୀନ୍‌ର ନୂଆ ରାଷ୍ଟ୍ରପତି କରାଯାଇଥିବା କୁହାଯାଉଛି । ଯଦିଓ ଏ ବାବଦରେ ସରକାରୀ ସ୍ତରରେ କୌଣସି ଚର୍ଚ୍ଚା ହୋଇନାହିଁ, ସରକାରଙ୍କ ମୁଖପତ୍ର ବୋଲାଉଥିବା ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ୍‌ ଟାଇମ୍ସରେ ଏହି ରିପୋର୍ଟକୁ ଖଣ୍ଡନ କରାଯାଇ ନାହିଁ । ଚୀନ୍‌ର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ବି ଚୁପ୍‌ ରହିଛି ।

ଚୀନ୍‌ର କିଛି ଇଣ୍ଟରନେଟ୍‌ ୟୁଜର ଦେଶରେ ସରକାର ବଦଳିବା ନେଇ ଘନଘନ ପୋଷ୍ଟ ଜାରି ରଖିଛନ୍ତି । ସୋସିଆଲ୍‌ ମିଡିଆରେ ମାଳମାଳ ପୋଷ୍ଟ ସେୟାର କରାଯାଉଛି । କୁହାଯାଉଛି ଯେ ଚୀନ୍‌ର ପିପୁଲ୍‌ସ ଲିବରେସନ୍‌ ଆର୍ମି ବା ପିଏଲ୍‌ଏ ରାଷ୍ଟ୍ରପତି ପଦରୁ ଜିନ୍‌ପିଙ୍ଗ୍‌ଙ୍କୁ ହଟାଇ ସାରିଛି । ଶାସନ କ୍ଷମତା ନିଜ ହାତକୁ ନେଇଯାଇଛି । ପିଏଲ୍‌ଏ ଜେନେରାଲ ଲି କିଆଓମିଙ୍ଗ୍‌ଙ୍କୁ ରାଷ୍ଟ୍ରପତି ବନାଯାଇଛି ।

ଅନ୍ୟ ଏକ ରିପୋର୍ଟ ମୁତାବକ ଚୀନ୍‌ ରାଜଧାନୀ ବେଜିଂକୁ ବିମାନ ଚଳାଚଳ ବନ୍ଦ କରାଯାଇଛି । ବିଶ୍ୱର ତମାମ ଅଞ୍ଚଳରୁ ଏହାକୁ ବିଚ୍ଛିନ୍ନ କରାଯାଇଛି । ନ୍ୟୁଜ୍‌ ହାଇଲାଣ୍ଡ ଭିଜନ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟ କହିଛି, ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ୱେନ୍‌ ଜିଆବାଓ ସେଣ୍ଟ୍ରାଲ ଗାର୍ଡ ବ୍ୟୁରୋ (ସିଜିବି) ଉପରେ ନିୟନ୍ତ୍ରଣ ପାଇଁ ସେମାନଙ୍କ ସହ ସାମିଲ ହେବା ଲାଗି ପୂର୍ବତନ ଷ୍ଟାଣ୍ଡିଙ୍ଗ୍‌ କମିଟି ସଦସ୍ୟ ସଙ୍ଗ୍‌ ପିଙ୍ଗ୍‌ଙ୍କୁ ପ୍ରବର୍ତ୍ତାଉଛନ୍ତି । ସିଜିବି ରାଷ୍ଟ୍ରପତିଙ୍କ ସୁରକ୍ଷା କଥା ବୁଝିଥାଏ ଏବଂ ଶାସକ କମ୍ୟୁନିଷ୍ଟ ପାର୍ଟିର ଏହା ଷ୍ଟାଣ୍ଡିଙ୍ଗ୍‌ କମିଟି ବି । କୁହାଯାଉଛି ଯେ ଗତ ୧୦ ଦିନ ଧରି ସିଜିବିର ସଦସ୍ୟମାନେ ରୁଦ୍ଧଦ୍ୱାର ବୈଠକ ଜାରି ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିନ୍‌ପିଙ୍ଗ୍‌ ଲଗାତର ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ । ଏହାକୁ ବିରୋଧ କରାଯାଉଥିଲା । ବିଶେଷକରି ପିଏଲ୍‌ଏ ଏହାକୁ ଗ୍ରହଣ କରି ନ ଥିଲା । ତେଣୁ ଜିନ୍‌ପିଙ୍ଗ୍‌ ଯେତେବେଳେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ।

ସୋସିଆଲ୍‌ ମିଡିଆରେ ଏବେ କିଛି ଭିଡିଓ ବି ଘୂରିବୁଲୁଛି । ଏଥିରେ ଦେଖିବାକୁ ମିଳିଛି ଯେ ବେଜିଂକୁ ଚାରିପଟୁ ପାଖାପାଖି ୮୦ କିଲୋମିଟର ପର୍ଯ୍ୟନ୍ତ ପିଏଲ୍‌ଏ ସୈନ୍ୟମାନେ ଘେରିଯାଇଛନ୍ତି । ଜିନ୍‌ପିଙ୍ଗ୍‌ଙ୍କୁ ବହିଷ୍କାର କରାଯାଇଛି । ରାଜଧାନୀ ବେଜିଂ ଅଭିମୁଖେ ଅନେକ ଯୁଦ୍ଧ ଗାଡ଼ି ଆସୁଥିବା କିଛି ୟୁଜର ଦାବି କରିଛନ୍ତି ।

ଏ ପ୍ରସଙ୍ଗରେ ଭାରତର ପୂର୍ବତନ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ବି ଟ୍ୱିଟ୍‌ କରିଛନ୍ତି । ସେ କହିଛନ୍ତି, ଚୀନ୍‌ରେ ନୂଆ ଗୁଜବ ଉଠିଛି । ଜିନ୍‌ପିଙ୍ଗ୍‌ଙ୍କୁ ରାଜଧାନୀ ବେଜିଂରେ ଗୃହବନ୍ଦୀ କରି ରଖାଯାଇଛି । ଏହା କ’ଣ ସତ? ଜିନ୍‌ପିଙ୍ଗ୍‌ ଯେତେବେଳେ ଉଜବେକିସ୍ତାନର ସମରକନ୍ଦ ଗସ୍ତରେ ଥିଲେ, ତାଙ୍କୁ ସେନାଧ୍ୟକ୍ଷ ବା ପିଏଲ୍‌ଏ ମୁଖ୍ୟ ପଦରୁ ହଟାଇବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଗୃହବନ୍ଦୀ କଥା କୁହାଯାଉଛି ।

ସମ୍ବନ୍ଧିତ ଖବର