PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

LICର ଏହି ୩ ସ୍କିମରେ ମିଳିବ ଅଧିକ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ ୧୯/୧୧: ଅନେକ ଥର ଲୋକମାନେ ଟଙ୍କା ନିବେଶ କରିବା ପାଇଁ ଚିନ୍ତା କରନ୍ତି କିନ୍ତୁ ସେମାନେ କେଉଁଠି ନିବେଶ କରିବେ ସେଥିରେ ଦ୍ୱନ୍ଦ୍ୱରେ ପଡିଯାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବିକଳ୍ପ ସମ୍ପର୍କରେ କହିବୁ ଯେଉଁଥିରେ ଆପଣ ପଇସା ଲଗାଇ ଭଲ ମୁନାଫା କମାଇ ପାରିବେ । ଆସନ୍ତୁ ଜାଣିବା ଏଲଆଇସିର ୩ଟି ବିକଳ୍ପ ସମ୍ପର୍କରେ…

୧. ଏଲଆଇସି ଜୀବନ ଉମଙ୍ଗ ପ୍ଲାନ୍
ଏଲଆଇସି ତରଫରୁ ଗ୍ରାହକଙ୍କୁ ଜୀବନ ଉମଙ୍ଗ ପଲିସିର ସୁବିଧା ମଧ୍ୟ ଦିଆଯାଉଛି ଯେଉଁଥିରେ ଆପଣ ନିଜ ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିପାରିବେ । ଏହା ଏକ ପ୍ରକାର ଏଣ୍ଡୋମେଣ୍ଟ ପ୍ଲାନ୍ ଯେଉଁଥିରେ ୩ ମାସର ପିଲାଠୁ ଆରମ୍ଭ କରି ୫୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଭାଗ ନେଇପାରିବେ । ଏହି ଯୋଜନାର ଖାସ୍ କଥା ହେଉଛି କି ଆପଣଙ୍କୁ ୧୦ ବର୍ଷର କଭରେଜ୍ ମିଳିବ । ଯଦି ଆପଣ ୨୬ ବର୍ଷ ବୟସରେ ୪.୫ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ କଭର ନିଅନ୍ତି ତେବେ ଆପଣଙ୍କୁ ପ୍ଲାନର ୮ ପ୍ରତିଶତ ରାଶି ବାର୍ଷିକ ମିଳିବ ଏବଂ ଆପଣଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ୍ ଦେବାକୁ ହେବ । ୩୧ ତମ ବର୍ଷରୁ ଆପଣଙ୍କୁ ୩୬ ହଜାର ଟଙ୍କା ମିଳିବା ଆରମ୍ଭ ହୋଇଯିବ ।

୨. ଏଲଆଇସି ଟେକ୍ ଟର୍ମ ପ୍ଲାନ୍
ଏଲଆଇସି ତରଫରୁ ଗ୍ରାହକଙ୍କୁ ଟେକ୍ ଟର୍ମ ପ୍ଲାନର ସୁବିଧା ମଧ୍ୟ ଦିଆଯାଉଛି । କହିରଖୁଛୁ ଏହା ଏକ ରିସ୍କ ପ୍ରିମିୟମ୍ ପ୍ଲାନ୍, ଯାହାକୁ ଆପଣ ୧୮ ବର୍ଷ ବୟସରୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ କିଣିପାରିବେ । ଏହି ପ୍ଲାନର କଭରେଜର ସର୍ବାଧିକ ବୟସ ସୀମା ୮୦ ବର୍ଷ ରଖାଯାଇଛି । ଏହି ପ୍ଲାନରେ ଆପଣ ୧୦ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ପର୍ଯ୍ୟନ୍ତ କିଣିପାରିବେ ।

୩. ଏଲଆଇସି ଜୀବନ ଲାଭ ପଲିସି
ଏହା ବ୍ୟତୀତ ଏଲଆଇସି ଗ୍ରାହକଙ୍କୁ ଜୀବନ ଲାଭ ପଲିସି ମଧ୍ୟ ଦେଉଛି । ଏଥିରେ ସର୍ବନିମ୍ନ ୨ ଲକ୍ଷ ଟଙ୍କାର ନିବେଶ କରିବା ଜରୁରି । ତେବେ ଏଥିରେ ସର୍ବାଧିକର କୌଣସି ସୀମା ନାହିଁ । ଏହା ବ୍ୟତୀତ ଆପଣଙ୍କୁ ଟ୍ୟାକ୍ସ ବେନିଫିଟ୍ ଏବଂ ଡେଥ୍ ବେନିଫିଟର ସୁବିଧା ମଧ୍ୟ ମିଳିଥାଏ । ଆପଣ ଏହି ପ୍ଲାନକୁ ୧୬ ବର୍ଷରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ନେଇପାରିବେ ।

ସମ୍ବନ୍ଧିତ ଖବର