PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

LICର ଏହି ସ୍କିମରେ ମାତ୍ର ଥରେ ଲଗାନ୍ତୁ ପଇସା, ସାରା ଜୀବନ ମିଳିବ ପେନସନ୍

ନୂଆଦିଲ୍ଲୀ ୧୭/୮: ଦେଶରେ ବୀମା କରାଇବା ପାଇଁ ଏଲଆଇସି ଆଜି ବି ସବୁଠାରୁ ବିଶ୍ୱସନୀୟ ବ୍ରାଣ୍ଡ । କହିରଖୁଛୁ ଏହା ମଧ୍ୟରେ LIC ଏକ ଖାସ୍ ପଲିସି ଆଣିଛି ଯାହା ଜରିଆରେ ଥରେ ପଇସା ଜମା କଲେ ସାରା ଜୀବନ ପେନସନ୍ ନେଇହେବ । ଏଠାରେ ଆମେ ଆପଣଙ୍କୁ ଏହି ପଲିସି ସମ୍ପର୍କରେ ଜଣାଇବାକୁ ଯାଉଛୁ ଯେଉଁଥିରେ ଆପଣ ସାରା ଜୀବନ ଆୟ କରିପାରିବେ ।

ସ୍କିମ୍
LIC ର ଜୀବନ ଶାନ୍ତି ସ୍କିମ (Jeevan Shanti Scheme) ବିଶେଷ ଭାବେ ଏମିତି ଲୋକଙ୍କ ପାଇଁ ଯେଉଁମାନେ ଅବସର ପରେ ନିଜ ଆୟ ସ୍ଥିର ରଖିବାକୁ ଚାହୁଁଛନ୍ତି । ଏହି ପଲିସିକୁ ନେବା ସମୟରେ ଆପଣଙ୍କ ପାଖରେ ପେନସନ୍ ହାସଲ କରିବାର ୨ଟି ବିକଳ୍ପ ରହିବ । ପ୍ରଥମ ଇମିଡିଏଟ୍(Immidiate) , ଅନ୍ୟଟି ଡେଫର୍ଡ ଏନ୍ୟୁଟି(Differed Annuity) । ଏହି ୨ ସ୍କିମରେ ଅଲଗା ଅଲଗା ବୈଶିଷ୍ଟ୍ୟ ଓ ଫାଇଦା ରହିଛି । ଅବସର ପରେ ପେନସନ୍ ପାଇବା ପାଇଁ ଏହି ୨ ସ୍କିମ ପଲିସିଧାରକଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ ।  

ଜୀବନ ଶାନ୍ତି ସ୍କିମ
ଜୀବନ ଶାନ୍ତି ସ୍କିମ୍ ଅନୁସାରେ ବୀମା ନେବା ପାଇଁ ଗ୍ରାହକଙ୍କୁ ଅତିକମରେ ୧.୫ ଲକ୍ଷ ଟଙ୍କା ନିବେଶ କରିବା ଜରୁରୀ । ସର୍ବାଧିକ ରାଶିର କୌଣସି ସୀମା ନିର୍ଦ୍ଧାରିତ କରାଯାଇନି । ଆପଣ ନିଜ ସୁବିଧା ଅନୁସାରେ ଥରକରେ ୫ ଲକ୍ଷ କିମ୍ବା ୧୦ ଲକ୍ଷରୁ ମଧ୍ୟ ଅଧିକ ଜମା କରିପାରିବେ । ଆପଣ ଯେତେ ଅଧିକ ରକମ ଜମା କରିବେ ଅବସର ପରେ ସେତେ ଅଧିକ ମୁନାଫା ପାଇବେ ।

କଣ ଏହି ଇମିଡିଏଟ୍(Immidiate) ଓ ଡେଫର୍ଡ ଇନ୍ୟୁଟି(Differed Annuity)ର ପ୍ଲାନ୍
ଇମିଡିଏଟର ଅର୍ଥ ଆପଣ ପଲିସି ନେବାର ତୁରନ୍ତ ପରେ ହିଁ ପେନସନ୍ ନେଇପାରିବେ । ଡେଫର୍ଡ ଏନ୍ୟୁଟିର ଅର୍ଥ ଆପଣ ପଲିସି ନେବାର କିଛି ସମୟ(୫,୧୦,୧୫,୨୦ ବର୍ଷ) ପରେ ପେନସନ୍ ନେବା ଆରମ୍ଭ କରିପାରିବେ । ଇମିଡିଏଟ୍ ପଲିସିରେ ଆପଣଙ୍କୁ ୭ ପ୍ରକାର ବିକଳ୍ପ ମିଳିଥାଏ । ତେବେ ଡେଫର୍ଡରେ ୨ଟି ଅପ୍ସନ ମିଳେ । ଖାସ୍ କଥା ହେଉଛି କି ଆପଣ ମଧ୍ୟ ଏହି ପଲିସି ସହିତ ଗ୍ରାହକଙ୍କୁ ଲୋନର ସୁବିଧା ମଧ୍ୟ ମିଳେ । ଏହା ସହିତ ଆପଣ ଏହାକୁ ୩ ମାସ ପରେ ମଧ୍ୟ ସରେଣ୍ଡର କରିପାରିବେ ।

୩୦ ବର୍ଷ ବାଧ୍ୟତାମୂଳକ
ଏହି ୨ ପଲିସି ନେବା ପାଇଁ ଆପଣଙ୍କ ସର୍ବନିମ୍ନ ବୟସ ୩୦ ବର୍ଷ ହେବା ଉଚିତ୍ । ଯଦି ତୁରନ୍ତ ପେନସନ୍ ଚାହୁଁଛନ୍ତି ତେବେ ସର୍ବାଧିକ ବୟସ ୮୫ ବର୍ଷ ହେବା ଉଚିତ୍ । ଡିଫରମେଣ୍ଟ ପ୍ଲାନ୍ ପାଇଁ ସର୍ବାଧିକ ବୟସ ୭୯ ବର୍ଷ ହେବା ଉଚିତ୍ । LIC ର ଏହି ପ୍ଲାନରେ ଆପଣଙ୍କୁ କେବଳ ଥରେ ପଇସା ଲଗାଇବାକୁ ପଡେ ଏବଂ ଆପଣଙ୍କୁ ସାରା ଜୀବନ ପେନ୍ସନ ପାଇବାର ଗ୍ୟାରେଣ୍ଟି ମିଳେ । ପଲିସିକୁ ଆପଣ ନିଜ ମାତା-ପିତା କିମ୍ବା ଭାଇ-ଭଉଣୀ ସହିତ ଜଏଣ୍ଟ ରୂପେ ମଧ୍ୟ ନେଇପାରିବେ । ଏହା ବ୍ୟତୀତ ଏହି ପ୍ଲାନରେ ଗ୍ରାହକ ନିଜ ଆବଶ୍ଯକ ଓ ପରିସ୍ଥିତି ହିସାବରେ ଏନ୍ୟୁଟି ଅପ୍ସନ ସିଲେକ୍ଟ କରିପାରିବେ ।