ମୁନିଗୁଡା, ୨୨।୨ :  ଗୁଣି ଗାରେଡ଼ି ସନ୍ଦେହରେ ଜଣକୁ ପୋଡିଦେବା ଘଟଣାର ରାୟ ପ୍ରକାଶ ପାଇଛି । ଏହି ଘଟଣାରେ  ରାୟଗଡା ଜିଲ୍ଲା ବିଷମକଟକ ଏଡିଜେ ଅଦାଲତ ୬ ଜଣକୁ ଆଜୀବନ  କାରାଦଣ୍ଡାଦେଶ ଶୁଣାଇଛନ୍ତି   ।  

ରାୟଗଡା ଜିଲ୍ଲା ବିଷମକଟକ ଥାନା ସାହାଡା ପଞ୍ଚାୟତ ଅନ୍ତର୍ଗତ କଣ ଗାଁର ଜଗବନ୍ଧୁ କଲାକାଙ୍କୁ ୨୦୧୫ରେ  ଗୁଣିଗାରେଡି ସନ୍ଦେହରେ ଉକ୍ତ ଗ୍ରାମର ଦଶଜଣ ନିର୍ମମଭାବେ ଜୀବନ୍ତ ପୋଡିଦେଇଥିଲେ ।  ବିଷମକଟକ ଥାନାରେ  ଏ ନେଇ  ରୁଜୁ ହୋଇଥିଲେ। ବିଷମକଟକ ଏଡିଜେ ଅଦାଲତ ରାୟ ପ୍ରକାଶ କରି ଛଅଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ର ରାୟ ପ୍ରକାଶ କରିଛନ୍ତି । ଏହି ଦଶଜଣଙ୍କ ମଧ୍ୟରୁ ତିନି ଜଣ ନାବାଳକ ହୋଇଥିବାରୁ ତାଙ୍କୁ ପୂର୍ବରୁ ହିଁ ସ୍ବଧାର ଗୃହକୁ ପଠାଯାଇଥିଲା ।   ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।