PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ବ୍ରହ୍ମାଣ୍ଡରେ ମଣିଷ କେବଳ ଏକ ମାତ୍ର ଜୀବ ନୁହେଁ, ଅନ୍ୟ ଗ୍ରହରେ ଜୀବନ ଥିବାର ମିଳିଛି ସଙ୍କେତ : ନାସାର ପୂର୍ବତନ ବୈଜ୍ଞାନିକ

ନୂଆଦିଲ୍ଲୀ,୧୮।୩: ସମଗ୍ର ବ୍ରହ୍ମାଣ୍ଡରେ ମଣିଷ ଏକମାତ୍ର ଜୀବ ନୁହେଁ, ଅନ୍ୟ ଗ୍ରହରେ ମଧ୍ୟ ଜୀବନସତ୍ତା ରହିଛି। ଏଭଳି କିଛି କହିଛନ୍ତି ପୂର୍ବତନ ନାସା ବୈଜ୍ଞାନିକ ଓ ଏରୋସ୍ପେସ୍‌ ଇଞ୍ଜିନିୟର ଡକ୍ଟର ଅନୀତା ସେନଗୁପ୍ତା। ଅନୀତା ହେଉଛନ୍ତି ସେହି ମହିଳା, ଯିଏକି ନାସାର କ୍ୟୁରିଓସିଟି ରୋଭର ଲ୍ୟାଣ୍ଡିଂ ପାଇଁ ପାରାସୁଟ୍‌ ମଡ୍ୟୁଲ ଡେଭଲପ୍ କରିଥିଲେ। ଅନୀତା ତାଙ୍କ ରିସର୍ଚ୍ଚ ବିଷୟରେ କଥା ହୋଇ ମହାକାଶ ସମ୍ପର୍କରେ ଅନେକ କଛି ଖୁଲାସା କରିଛନ୍ତି।  କହିଛନ୍ତି ମଙ୍ଗଳ ଗ୍ରହରେ ରୋଭର ଲ୍ୟାଣ୍ଡ କରିବା ସବୁଠାରୁ ଭୟଙ୍କର ଓ ଉତ୍ସାହଜନକ କ୍ଷଣ ମଧ୍ୟ ଥିଲା। ୭ମିନିଟ୍‌ ଖୁବ୍ ଭୟଙ୍କର ଥିଲା। ଆମେ ଅନ୍ୟ ବିଲ୍ଡିଂରେ ଥିଲୁ। ଆମେ ମିସନ୍‌ର ଟେଲିମେଟ୍ରି ଦେଖୁଥିଲୁ। ପାରାସୁଟ୍‌କୁ ବିକଶିତ କରିବା ମୋ’ କ୍ୟାରିୟରର ସବୁଠାରୁ ବଡ ସୁଯୋଗ ଥିଲା।

ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗଦେଇ ସେ କହିଛନ୍ତି, ମୋ ବାପା ଜଣେ ଇଞ୍ଜିନିୟର ଥିଲେ। ତାଙ୍କଠାରୁ ମୋତେ ଏସବୁ ପ୍ରେରଣା ମିଳିଥିଲା। ସେଥିପାଇଁ ମୁଁ ବାପାଙ୍କୁ ଆଷ୍ଟେ୍ରାଫିଜିସିଷ୍ଟ ହେବି ବୋଲି କହିଥିଲି। ମଙ୍ଗଳ ଗ୍ରହ ନେଇ ସେ କହିଛନ୍ତି, ଆମେ ସେଠାରେ ରିସର୍ଚ୍ଚ କରିବାକୁ ଚାହଁଛୁ କ’ଣ ତାହା ମଣିଷଙ୍କ ପାଇଁ ରହିବା ଯୋଗ୍ୟ କି ନାହିଁ? ଆମେ ଅନ୍ୟ ଗ୍ରହରେ ମଧ୍ୟ ଜୀବନସତ୍ତାକୁ ଖୋଜିବାର କାମରେ ଅଛୁ। ଆମେ ସୌର ମଣ୍ଡଳରେ ରହୁଥିବା ଏକମାତ୍ର ଜୀବ ନୁହେଁ। ବୃହସ୍ପତିର ଚନ୍ଦ୍ର ୟୁରୋପାରେ ମଧ୍ୟ ଜୀବନସତ୍ତା ରହିପାରେ। କାରଣ ସେଠାରେ ବରଫ ଓ ସମୁଦ୍ର ରହିଛି। ହୋଇପାରେ ସେଠାରେ ଏଲିଅନ୍ ଥାଇପାରନ୍ତି। ଶନିର ଚନ୍ଦ୍ରରେ ମଧ୍ୟ ଅର୍ଗାନିକ ମ୍ୟାଟେରିଆଲ ରହିଛି। ସେଠାରେ ମଧ୍ୟ ଜୀବନ ରହିପାରେ।

ସମ୍ବନ୍ଧିତ ଖବର