ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୩୫ ବର୍ଷ ବୟସରେ ପରେ ବି ଆପଣ ଫିଟ୍ ରହିବାକୁ ଚାହୁଁଛନ୍ତି କି?ଆପଣାନ୍ତୁ ଏହସବୁ ଉପାୟ...

Published By : Anindita Ratha | March 6, 2025 2:33 PM

ପ୍ରତିଟି ମହିଳାଙ୍କ ଜୀବନରେ ପ୍ରତ୍ୟେକ ପର୍ଯ୍ୟାୟରେ ଅନେକ ପରିବର୍ତ୍ତନ ଆସିଥାଏ। ତେଣୁ ୩୦ ରୁ ୪୦ ବର୍ଷ ବୟସ ମଧ୍ୟରେ ପ୍ରତ୍ୟେକ ମହିଳାଙ୍କୁ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ନିଜର ବିଶେଷ ଯତ୍ନ ନେବା ଆବଶ୍ୟକ। ୩୫ ବର୍ଷ ବୟସ ପରେ  ମହିଳାଙ୍କଠାରେ ହରମୋନ ପରିବର୍ତ୍ତନ ହେବା ଆରମ୍ଭ ହୁଏ । ଯେପରିକି ପ୍ରଜନନ କ୍ଷମତା ହ୍ରାସ ଏବଂ ଋତୁସ୍ରାବର ବନ୍ଦ ହେବା ଲକ୍ଷଣ ଦେଖାଯିବା ଆରମ୍ଭ ହୁଏ। ଏହା ବ୍ୟତୀତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହୁରି ଅନେକ ପରିବର୍ତ୍ତନ ଦେଖାଯାଇପାରେ। ଯାହା ମହିଳାଙ୍କ  ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ତେଣୁ ଏହି ପରିବର୍ତ୍ତନଗୁଡ଼ିକର ମୁକାବିଲା କରିବା ପାଇଁ ଉପଯୁକ୍ତ ଖାଦ୍ୟ ଏବଂ ଜୀବନଶୈଳୀ ଆବଶ୍ୟକ।

ତେଣୁ ମହିଳାମାନେ ପ୍ରଥମତଃ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ ।  ସେମାନଙ୍କ ଖାଦ୍ୟରେ ଅଧିକ ପ୍ରୋଟିନ୍ ଏବଂ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଫାଇବର ପାଚନ କ୍ରିୟାକୁ ସୁସ୍ଥ ରଖେ। ଏହା ବ୍ୟତୀତ ଖାଦ୍ୟରେ ଫଳ ଏବଂ ପନିପରିବା ସାମିଲ କରିବା ଉଚିତ। ଏହା ଶରୀରକୁ ଆବଶ୍ୟକୀୟ ଭିଟାମିନ୍,ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ। ଖାଦ୍ୟରେ ଋତୁକାଳୀନ ଫଳ ଏବଂ ପନିପରିବା ସାମିଲ କରିପାରିବେ।

ସେହିପରି ଫିଟ୍ ରହିବା ପାଇଁ ନିୟମିତ ବ୍ୟାୟାମ କରିବା ବେଶ ଭଲ ।  ତେଣୁ ଆପଣ ଯେତେ ବ୍ୟସ୍ତ ଥିଲେ ମଧ୍ୟ ଆପଣଙ୍କୁ ଦିନରେ ବ୍ୟାୟାମ ପାଇଁ କିଛି ସମୟ ନିଶ୍ଚିତ ଭାବରେ ବାହାର କରିବା ଉଚିତ। ଆପଣ ଏରୋବିକ୍, ଆନାରୋବିକ୍, ଷ୍ଟ୍ରେଚିଂ, ଯୋଗ, ପାଇଲେଟ୍ସ, ଦୌଡ଼ିବା କିମ୍ବା ଚାଲିବା ଭଳି ଯେକୌଣସି କାମ କରିପାରିବେ। ନିୟମିତ ବ୍ୟାୟାମକୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଶରୀରକୁ ଶକ୍ତିଶାଳୀ  ରଖେ ନାହିଁ, ବରଂ ହରମୋନ ସନ୍ତୁଳନ ପାଇଁ ମଧ୍ୟ ଲାଭଦାୟକ।ଏହା ସହିତ ଚାପକୁ ନିୟନ୍ତ୍ରଣ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ସେହିପରି ଆପଣଙ୍କୁ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଶରୀରକୁ ଶକ୍ତି ଯୋଗାଇବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.