ମହିଳାଙ୍କୁ ହତ୍ୟା ମାମଲା : ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

file photo
ସାନଖେମୁଣ୍ଡି, ୩୦।୧୧ ଆସିକା ଥାନା ଭେଙ୍କଟରାୟପଲ୍ଲୀ ଶିଵ ମନ୍ଦିର ପରିସରରେ ମହିଳାଙ୍କୁ ହତ୍ୟା ମାମଲାର ବିଚାର କରି ଆସିକା ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୧୬.୦୮.୨୦ ତାରିଖ ସକାଳ ୬.୩୦ ସମୟରେ ଆସିକା ଥାନା ହରିଡାପଦର ସୁଦାମ ନାହାକଙ୍କ ସ୍ତ୍ରୀ ରଞ୍ଜି ନାହାକ ଶିଵ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ମୋଚିରାମ ନାହାକ ରଞ୍ଜିଙ୍କୁ ହତ୍ୟା କରିଥିଲେ ।