PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଏକାମ୍ରକ୍ଷେତ୍ର ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ; କେଦାରଗୌରୀ ପାଇଁ ସାଢ଼େ ୬ କୋଟି

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ଐତିହ୍ୟ କେଦାରଗୌରୀ ମନ୍ଦିର ପରିସରରେ ଥିବା ସ୍ୱଚ୍ଛ କୁଣ୍ଡଗୁଡ଼ିକ ପ୍ରଦୂଷଣମୁକ୍ତ କରିବା ଲାଗି ସାଢ଼େ ୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଜି ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ିକ ବିକାଶ ପ୍ରକଳ୍ପ ଗୁଡ଼ିକ ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ିକ ବିକାଶ ଯୋଜନା ପାଇଁ ଅର୍ଥ ବରାଦ କରିଥିଲେ । ଯୋଜନାରେ ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଦେବୀ ପାଦହରା, ଅନନ୍ତ ବାସୁଦେବ ମନ୍ଦିର ଆନନ୍ଦ ବଜାରର ଉନ୍ନତୀକରଣ, ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଯାତ୍ରୀ ସୁବିଧା କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, କେଦାରଗୌରୀ କୁଣ୍ଡର ପୁନରୁଦ୍ଧାରକୁ ଅଗ୍ରାଧିକାର ଦିଆଯାଇଥିଲା । ଏସବୁ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ନିମନ୍ତେ ୧୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ସେଥିମଧ୍ୟରୁ ସାଢ଼େ ୬ କୋଟି ଟଙ୍କା କେଦାରଗୌରୀ ବିକାଶ ଦିଗରେ ଖର୍ଚ୍ଚ ହେବ ବୋଲି ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ।

ସେହିଭଳି ଶ୍ରୀଲିଙ୍ଗରାଜ ମନ୍ଦିର ଜମିରେ ନବନିର୍ମିତ ମାର୍କେଟ କମ୍ପେ୍ଲକ୍ସକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ବୁଲି ଦେଖିଥିଲେ । ଦେବୀ ପାଦହରା କଡ଼ରେ ଥିବା ପୁରୁଣା ଓ ଜରାଜୀର୍ଣ୍ଣ ମାର୍କେଟକୁ ଭାଙ୍ଗି ସେଠାରେ ସୌନ୍ଦର୍ଯ୍ୟକରଣ କରିବାକୁ ସେ ଉପସ୍ଥିତ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କୁ ପରାମର୍ଶ ଦେଇଥିଲେ । ସେହିଭଳି ମଇଁଷାଖାଲରେ ବସ୍ତି ବାସିନ୍ଦାଙ୍କ ଥଇଥାନ ଲାଗି ନିର୍ମାଣାଧୀନ କୋଠାଗୁଡ଼ିକ ବୁଲି ଦେଖିବା ପରେ ତୁରନ୍ତ କାମ ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଏହି ପରିଦର୍ଶନ କାଳରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନିର୍ମଳ ଶତପଥୀ, ବିଏମ୍‌ସି ଅତିରିକ୍ତ କମିଶନର ସୁମନ୍ତ ମିଶ୍ର, ଓଟିଡିସିର ଅଧୀକ୍ଷଣ ଯନ୍ତ୍ରୀ ମହେନ୍ଦ୍ର କୁମାର ମହାନ୍ତି, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରଞ୍ଜିତ ସାହୁ, ଓଟିଡିସିର ବାସ୍ତୁକାର ଅକ୍ଷୟ ବେହୁରା, ବିଏମ୍‌ସି ସିଟି ଇଂଜିନିୟର ଦେବ ସୁନ୍ଦର ମହାପାତ୍ର, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା ପ୍ରମୋଦ, ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।