PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଅନ୍ୟ ସହରରୁ ହ୍ୱିସ୍କି କିଣୁଛନ୍ତି ଦିଲ୍ଲୀର ଲୋକେ !

ନୂଆଦିଲ୍ଲୀ – ଦିଲ୍ଲୀ ସରକାରଙ୍କର ନୂଆ ଅବକାରୀ ନୀତି ଆଉ ଦୁଇ ମାସ ବୃଦ୍ଧି ହୋଇଛି। ହେଲେ ଏହାପରେ ମଧ୍ୟ ରାଜଧାନୀରେ ମଦ ସଙ୍କଟ ଜାରି ରହିଛି। ଖାଲି ଏତିକି ନୁହେଁ , ପାଖାପାଖି ୫୦ ପ୍ରତିଶତ ମଦ ଦୋକାନ ବନ୍ଦ ଅଛି । ସେଠାରେ ଏବେ ମଦ ଦୋକାନରେ ୱାନ ପ୍ଲସ୍‌ ୱାନର ସ୍କିମ୍‌ ମଧ୍ୟ ଦେଖିବାକୁ ମିଳୁନାହିଁ , ଯେବେ କି ମଦର ଅନେକ ବ୍ରାଣ୍ଡ ଷ୍ଟକ୍‌ରେ ହିଁ ନାହିଁ । ପ୍ରକୃତରେ ଘରୋଇ ଲାଇସେନ୍ସ ପ୍ରାପ୍ତ ଦୋକାନ ନଖୋଲିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି , ଯାହା ଦିଲ୍ଲୀରେ ମୋଟ ମଦ ଦୋକାନର ପାଖାପାଖି ୫୦ ପ୍ରତିଶତ। ଆଶଙ୍କା ମୁତାବକ, ସେମାନେ ନିଜର ଦୋକାନ ପୁଣି ଖୋଲୁ ନାହାନ୍ତି । କେବଳ ବଡ଼ ବଡ଼ ପ୍ଲେୟାର୍ସ ହିଁ ମଦ ବିକ୍ରି କରୁଛନ୍ତି।

ମୟୂର ବିହାର ଏକ୍ସଟେନ୍ସନ ସ୍ଥିତି ଷ୍ଟାର ସିଟି ମଲ୍‌ରେ ମଦ ଦୋକାନ ମାଲିକ ଇନ୍ଦରପ୍ରିତ ସିଂହ କହିଛନ୍ତି , ନୂଆ ଅବକାରୀ ନୀତିର ସମାପ୍ତି ପରେ ସବୁ ଘରୋଇ ଲାଇନ୍ସେସ ମାଲକଙ୍କୁ ନିଜର ଲାଇନ୍ସେସ ସରେଣ୍ଡର କରି ଦେଇଛନ୍ତି । କେବଳ ଜୋନଲ ଲାଇନ୍ସେସ ପ୍ରାପ୍ତ ବଡ଼ ପ୍ଲାୟର ହିଁ ବ୍ୟବସାୟ କରୁଛନ୍ତି। ଏହି ନୂଆ ଅବକାରୀ ନୀତିଦୋକାନର ମାଲିକଙ୍କ ପାଇଁ ଭଲ ହୋଇ ନାହିଁ ।

ସେପଟେ ମଦ ନମିଳିବାରୁ ଲୋକେ ପଡ଼ୋଶୀ ସହର ନୋଏଡା , ଗାଜିଆବାଦ , ଫରିଦାବାଦ ଓ ଗୁରୁଗ୍ରାମରୁ ମଦ କିଣିବାକୁ ବାଧ୍ୟ ହେଉଛନ୍ତି । ଦକ୍ଷିଣ ଦିଲ୍ଲୀ ନିବାସୀ ,ସୌରଭ ସିଂହଙ୍କର କହିବା ହେଲା କି ତାଙ୍କୁ ଛତରପୁର ଅଞ୍ଚଳରୁ ମଦ କିଣିବାକୁ ପଡ଼ିଛି ।

ସମ୍ବନ୍ଧିତ ଖବର