ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଉଲୁଣ୍ଡା ସାପ୍ତାହିକ ବଜାରରୁ ଚୋରି କରି ଫେରାର ମାରୁଥିବା ବେଳେ ଦୁଇଜଣ ଦୃବୃର୍ତ୍ତଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

Published By : Prameya | May 16, 2025 9:45 PM

ଉଲୁଣ୍ଡା,୧୬/୦୫: ଉଲୁଣ୍ଡା ସାପ୍ତାହିକ ବଜାରରୁ ଚୋରି କରି ଫେରାର ମାରୁଥିବା ବେଳେ ଦୁଇଜଣ ଦୃବୃର୍ତ୍ତଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ ଉଲୁଣ୍ଡାରେ ସାପ୍ତାହିକ ସୁକ୍ରବାର ବଜାର ବସିଥିଲା ବଜାରରେ ପ୍ରବଳ ଭିଡ଼ ଲାଗି ରହିଥିଲା। ଏହାର ସୁଯୋଗ ନେଇ ତିନି ଜଣ ଯୁବକ ଜଣେ ବ୍ୟବସାୟୀଙ୍କ ଟଙ୍କା ଚୋରି କରି ଫେରାର ମାରୁଥିବା ବେଳେ ଲୋକେ ଦୁଇଜଣଙ୍କୁ କାବୁ କରିଥିବା ବେଳେ ଜଣେ ଫେରାର ମରିଥିଲା। ତେବେ କାବୁ କରିଥିବା ଦୁଇଜଣ ଯୁବକଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚିବା ପରେ ଦୁଇ ଯୁବକଙ୍କୁ ଉଦ୍ଧାର କରି ନେଇଯାଇଥିଲା। ତେବେ ସାପ୍ତାହିକ ବଜାରରୁ ମୋବାଇଲ ଚୋରି ବୃଦ୍ଧି ପାଉଥିବାରୁ ଏମାନଙ୍କ ସମେତ ଅନ୍ୟ କାହାର ହାତ ଥିବା ସନ୍ଦେହ କରି ଚାପା ଉତ୍ତେଜନା ଦେଖାଦେଇଥାଏ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.