ପାଣିକୋଇଲି,୨୧/୧୨: ନିରୀହ ବୃଷଭକୁ ଆଘାତ ଦେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା। ଯାଜପୁର ବ୍ଲକ ଖଇରାବାଦ ପଞ୍ଚାୟତ ପୁରୁଷୋତ୍ତମପୁରରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଜନସାଧାରଣ।
ସୂଚନା ଅନୁଯାୟୀ, ଯାଜପୁର ବ୍ଲକ ଖଇରାବାଦ ପଞ୍ଚାୟତ ପୁରୁଷୋତ୍ତମପୁର ନିକଟରେ ଆଜି ସକାଳୁ ଏକ ଷଣ୍ଢ କ୍ଷତାକ୍ତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ଶୋଇଥିବା ନେଇ ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇଥିଲେ। ପରେ ଷଣ୍ଢ ନିକଟକୁ ଯାଇ ଦେଖିବା ବେଳକୁ କେହି ତାର ଗୋଡକୁ କୌଣସି ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ ଦେଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଷଣ୍ଢଟି ଆଘାତରେ କଷ୍ଟ ପାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅପର ପକ୍ଷରେ ଦିନକୁ ଦିନ ଯାଜପୁର ଅଞ୍ଚଳରେ ଗୋରୁ ଚାଲାଣ ବୃଦ୍ଧି ପାଉଥିବା ବେଳେ ଯାଜପୁର ପୁଲିସର ନୀରବତା କାଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏନେଇ ଶତାଧିକ ଜନସାଧାରଣ ପାଣିକୋଇଲି ଯାଜପୁର ଟାଉନର ରାସ୍ତାକୁ ଅବରୋଧ କରିବା ସହ ଏହିଭଳି ମାନବିକତା ହୀନ କାର୍ଯ୍ୟ କରିଥିବା ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।