ନୂଆଦିଲ୍ଲୀ,୧୧।୧୨: ଲୋକସଭାରେ ଶୀତକାଳୀନ ଅଧିବେଶନକୁ ସରଗରମ୍ କଲା ଇ-ସିଗାରେଟ୍ ପ୍ରସଙ୍ଗ। ବିଜେପି ସାଂସଦ ଅନୁରାଗ ଠାକୁର ଗୃହରେ ଇ-ସିଗାରେଟ୍ ପିଇବା ନେଇ ଗମ୍ଭୀର ପ୍ରସଙ୍ଗ ଉଠାଇଥିଲେ। ତେବେ ସେ କୌଣସି ସାଂସଦଙ୍କ ନାଁ ନେଇନଥିଲେ, କିନ୍ତୁ ଇଶାରା ଦେଇଥିଲେ ମାମଲା ଟିଏମସିର ଜଣେ ସାଂସଦଙ୍କ ସହ ଜଡିତ। ଠାକୁର କହିଥିଲେ, ସଂସଦର କାର୍ଯ୍ୟ ବେଳେ ଏଭଳି ଗତିବିଧି କେବଳ ନିୟମର ଉଲଂଘନ କରିଥାଏ ତାହା ନୁହେଁ, ବଂର ଗୃହର ମର୍ଯ୍ୟାଦା ମଧ୍ୟ ହାନି କରୁଛି।
भारत में ई-सिगरेट का उपयोग-उत्पादन पे पूर्ण बैन है
— Hardik Bhavsar (@Bitt2DA) December 11, 2025
फिर भी TMC के सांसद ई - सिगरेट पी रहे
मुझे तो उन लोगो पे दया आती है
जिन्होंने ऐसे नशेडियों को MP बना कर भेजा है pic.twitter.com/kGRakQI0Js
ସେ କହିଛନ୍ତି, ସଂସଦ ହେଉଛି ସେହି ସ୍ଥାନ ଯେଉଁଠି ଦେଶର କୋଟି କୋଟି ଲୋକ ଅନେକ ଆଶା ରଖି ନଜର ରଖିଥାନ୍ତି। ତେଣୁ ଏଠାରେ ଏଭଳି କୌଣସି ଆଚରଣ ହେବା ଉଚିତ ନୁହେଁ ଯାହା ସଂସଦୀୟ ଅନୁଶାସନର ବିପରୀତ ହେବ।’ ଅନୁରାଗ ଠାକୁର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଧ୍ୟାନ ଦେବା ପାଇଁ ଅପିଲ କରିଛନ୍ତି। ଏହା ସହ ପରାମର୍ଶ ଦେଇଛନ୍ତି, ଯଦି ଆବଶ୍ୟକ ରହିଛି ତେବେ ଏହାର ଯାଞ୍ଚ କରାଯାଉ ଯେପରି ଭବିଷ୍ୟତରେ ଏଭଳି ଘଟଣାକୁ ରୋକି ହେବ।
ଆହୁରି ପଢନ୍ତୁ :ଇଣ୍ଡିଗୋ ସଙ୍କଟ ଭିତରେ ଡିଜିସିଏର କଡା ନିୟମ, ୧୫ ମିନିଟ୍ ବିଳମ୍ବ ହେଲେ କରାଯିବ ବାଧ୍ୟତାମୂଳକ ଯାଞ୍ଚ
ଠାକୁରଙ୍କ ଅଭିଯୋଗ ପରେ ଗୃହର ନଜର ସ୍ପିକର ଓମ୍ ବିର୍ଲାଙ୍କ ଆଡକୁ ରହିଥିଲା। ସ୍ପିକର ତୁରନ୍ତ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଗୃହରେ କୌଣସି ସଦସ୍ୟଙ୍କୁ କୌଣସି ପ୍ରକାର ଛାଡ କିମ୍ବା ସ୍ବତନ୍ତ୍ର ଅଧିକାର ଦିଆଯାଇ ନାହିଁ। ଯାହାଫଳରେ ସେମାନେ ଇ-ସିଗାରେଟ୍, ଧୂମପାନ କିମ୍ବା କଟକଣା ଲଗାଯାଇଥିବା କୌଣସି ଗତିବିଧିରେ ସାମିଲ ହୁଅନ୍ତୁ। ଓମ୍ ବିର୍ଲା କହିଛନ୍ତି, ନିୟମ ସବୁ ସାଂସଦଙ୍କ ଉପରେ ସମାନ ଭାବରେ ଲାଗୁ ହୋଇଥାଏ। ଗୃହର ଗାରିମା ବଜାୟ ରଖିବା ପ୍ରତି ସଦସ୍ୟଙ୍କ ଦାୟିତ୍ବ। ’ ସେ ଏହା ମଧ୍ୟ କହିଛନ୍ତି, ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଅଭିଯୋଗ ମିଳିନି, କିନ୍ତୁ ଯଦି ଏଭଳି ମାମଲା ସାମନାକୁ ଆସେ କିମ୍ବା କୌଣସି ପ୍ରମାଣ ମିଳେ, ତେବେ ନିୟମ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଇ-ସିଗାରେଟ୍ କାହିଁକି ଓ କେବେ ହୋଇଥିଲା ବ୍ୟାନ୍ ?
ଭାରତ ସରକାର ଇ-ସିଗାରେଟ୍ ଉପରେ କଟକଣା ଏଥିପାଇଁ ଲଗାଇଥିଲେ, କାରଣ ଏହା ହେଉଛି ସେହି ଉପରକରଣ ଯାହା ଦ୍ରୁତ ଗତିରେ ଯୁବପୀଢି, ସ୍କୁଲ ପିଲାଙ୍କ ଭିତରେ ଲୋକପ୍ରିୟ ହେଉଥିଲା। ଇ-ସିଗାରେଟ୍ ଏକ ବ୍ୟାଟେରୀରେ ଚାଲୁଥିବା ଇଲୋକ୍ଟ୍ରନିକ୍ ଉପକରଣ, ଯାହାକି ନିକୋଟିନ୍ ଯୁକ୍ତ ତରଳ ପଦାର୍ଥକୁ ଗରମ କରି ବାସ୍ଫରେ ପରିଣିତ କରିଥାଏ। ଏହାର ବ୍ୟବହାର କରୁଥିବା ଲୋକ ନିଶ୍ବାସ ଜରିଆରେ ଗ୍ରହଣ କରିଥାନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯ ରେ ଏହାକୁ ବ୍ୟାନ୍ ଘୋଷଣା କରିଥିଲେ। ସେ କହିଥିଲେ, ଯୁବପୀଢିଙ୍କ ଭିତରେ ଭ୍ରାନ୍ତ ଧାରଣା ରହିଛି ଯେ, ଇ –ସିଗାରେଟ୍ ବିପଦଜନକ ନୁହେଁ। ସାଧାରଣ ବିଶେଷଜ୍ଞଙ୍କ ମତରେ ଏହା ସାଧାରଣ ସିଗାରେଟ୍ ଭଳି ବିପଦଜନକ। ନିୟମ ଉଲ୍ଲଂଘନ କଲେ ୧ ବର୍ଷ ପାଇଁ ଜେଲଦଣ୍ଡ ମିଳିବା ସହ ଲକ୍ଷେ ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଅନ୍ୟପକ୍ଷରେ ଥରକରୁ ଅଧିକଥର ନିୟମ ଭାଙ୍ଗିଲେ ମନ୍ତ୍ରାଳୟ ପକ୍ଷରୁ ୫ ଲକ୍ଷ ଟଙ୍କାର ଜରିମାନା ସାଙ୍ଗକୁ ୩ ବର୍ଷ ପାଇଁ ଜେଲ୍ ଦଣ୍ଡ ମିଳିବ ବୋଲି ଘୋଷଣା କରାଯାଇଥି