ସବୁଠୁ ସୁନ୍ଦର ଏହି ୯ଜଣ ମହିଳାଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇଲେ ମମତା ବାନାର୍ଜୀ

ତୃଣମୂଳ କଂଗ୍ରେସ (ଟିଏମସି) ଲୋକସଭା ନିର୍ବାଚନ-୨୦୧୯ରେ ମୋଟ ୧୨ଜଣ ଆଶାଇ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣ ମହିଳା ଆଶାଇ ପ୍ରାର୍ଥୀଙ୍କୁ ରାଜନୀତି ପଡ଼ିଆକୁ ନେଇ ଆସିଛି। ସେ ସାମାଜିକ କ୍ଷେତ୍ରରେ ଆଗକୁ ଆସୁଥିବା ମହିଳାଙ୍କୁ ଟିକଟ ବାଣ୍ଟିଛନ୍ତି। ଏହି ଆଶାଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ଏମିତି ବି ଅଛନ୍ତି ଯିଏ ସୋସିଆଲ ମିଡ଼ିଆରେ ଏହି ଲୋକସଭା ନିର୍ବାଚନର ସବୁଠୁ ସୁନ୍ଦର ଆଶାଇ ପ୍ରାର୍ଥୀ ବୋଲି କୁହାଯାଉଛି।

ସେ ହେଉଛନ୍ତି ଯାଦବପୁରର ଟିଏମସି ଆଶାଇ ପ୍ରାର୍ଥୀ ମିମି ଚକ୍ରବର୍ତ୍ତୀ। ୩୦ବର୍ଷ ବୟସ୍କ ମିମି ଜଣେ ଅଭିନେତ୍ରୀ। ଏବେ ସେ ରାଜନୀତି ପାଦ ରଖିଛନ୍ତି।

ସେ ତାଙ୍କ ଅଭିନୟ କ୍ୟାରିଅର ୨୦୧୧ରେ ଆରମ୍ଭ କରିଥିଲେ। ଟିଭି ଧାରାବାହିକ ‘ଗନେର ଓପାରେ’ରେ ସବୁଠୁ ଅଧିକ ଖ୍ୟାତି ଅର୍ଜନ କରିଛନ୍ତି। ପ୍ରାୟ ୭ବର୍ଷ ପର୍ଯ୍ୟନ୍ତ ଟିଭି ଏବଂ ବଙ୍ଗାଳୀ ସିନେମାରେ ଏକ ଦମଦାର ଭୂମିକାରେ କାମ କରିଛନ୍ତି।

୨୦୧୨ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୧ଟି ଫିଲ୍ମ କରିସାରିଛନ୍ତି। ଚଳିତ ବର୍ଷ ମଧ୍ୟ ଖୋଲା ଜୋଖମ୍ ଓ ସିନ୍ଦୁର୍ ଖେଲା ରିଲିଜ୍ ହେବ। ମିମିଙ୍କୁ ତାଙ୍କ ଅଭିନୟ ପାଇଁ ଚାରୋଟି ଆଓ୍ବାର୍ଡ ମିଳି ସାରିଛି।

ତାଙ୍କର ବିପକ୍ଷ ପାର୍ଟି ଏକ ଭିଡ଼ିଓକୁ ଆଧାର କରି କହିଛନ୍ତି କି, ସାଧାରଣ ଲୋକଙ୍କ ସହିତ ହାତ ମିଳାଇବା ସମୟରେ ହାତରେ ଗ୍ଳୋବ୍ସ ପିନ୍ଧିଥିଲେ। ଏହି ମାମଲାରେ ମିମିଙ୍କୁ ଉତ୍ତର ରଖିବାକୁ ପଡ଼ିଥିଲା।

ମିମି ଯାଦବପୁରରେ ପ୍ରମୁଖ ଟକ୍କର ବିଜେପିର ପ୍ରୋ. ଅନୁପମ ହଜରା, ସିପିଆଇଏମର ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ସହିତ ଅଛନ୍ତି।
ଏହା ବୀତୀତ ସୋସିଆଲ ମିଡ଼ିଆରେ ସୁନ୍ଦର ଲୋକସଭା ଆଶାଇ ପ୍ରାର୍ଥୀଙ୍କ ମଧ୍ୟରେ ଟିଏମସିର ପଶ୍ଚିମ ବଙ୍ଗଳାର ବଶୀରହାଟରୁ ଆଶାଇ ପ୍ରାର୍ଥୀ ନୁସରନ ଜହାନ ଅଛନ୍ତି।
ନୁସରନ ବଙ୍ଗାଳୀ (୨୯) ସିନେ ଜଣତର ଜରେ ଚର୍ଚ୍ଚିତ ନାଁ। ତାଙ୍କ କ୍ୟାରିଅର ୨୦୧୧ରେ ଆରମ୍ଭ ହୋଇଥିଲା। ସେ ୮ବର୍ଷରେ ୧୯ଟି ଫିଲ୍ମରେ କାମ କରିଛନ୍ତି। ବର୍ତମାନ ପର୍ଯ୍ୟନ୍ତ ତାଙ୍କୁ ଦୁଇଟି ଆଓ୍ବାର୍ଡ ମିଳିସାରିଛି। ନୁସରନ୍ ମିସ୍ କୋଲକତା ମଧ୍ୟ।

ଟିଏମସି କୃଷ୍ଣାନଗରରୁ ମହୁଆ ମୋଇତ୍ରାଙ୍କ ଆଣିଛି। ସେ ନିଜର ଇନଭେଷ୍ଟମେଣ୍ଟକୁ ଚାଡ଼ି ରାଜନୀତିରେ ପାଦ ରଖିଛନ୍ତି।

ଜୟନଗରର ଟିଏମସି ପ୍ରତ୍ୟାଶୀ ପ୍ରତିମା ମଣ୍ଡଳ ଏବେ ରାଜନୀତିରେ ପାଦ ରଖିଛନ୍ତି। ପ୍ରଥମେ ସିର୍ଭିଲ ସର୍ଭିସରେ ଥିଲେ। ୨୦୧୪ରେ ପ୍ରଥମ ନିର୍ବାଚନ ଲଢ଼ି ସେ ଜିତିଥିଲେ।

ଝାରଗ୍ରାମରୁ ବୀରବାଲା ସୋରେନ ଟିଏମସି ଆଶାଇ ପ୍ରାର୍ଥୀ। ସେ ଜଣେ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି।

ବୀରଭୁମରୁ ନିର୍ବାଚନ ଲଢ଼ୁଛନ୍ତି ସତିବଦୀ ରାୟ। ସେ ଜଣେ ଅଭିନେତ୍ରୀ। ଏହି ଆସନରେ ପ୍ରଥମରୁ ସେ ସାଂସଦ ଅଛନ୍ତି। ୨୦୧୪ରେ ନିର୍ବାଚନ ଜିତିଥିଲେ।

ବର୍ଧନାମ-ଦୁର୍ଗପୁର ମମତାଜ ସଂଘମିତ୍ରାଙ୍କୁ ଟିଏମସି ଟିକଟ ଦେଇଛି। ସେ ପ୍ରଥମେ ସାଂସଦ ଥିଲେ।

ରାନାଘାଟରୁ ଟିଏମସି ପ୍ରାର୍ଥୀ ରୁପାଲୀ ବିଶ୍ବାସଙ୍କୁ ମମତା ବାନାର୍ଜୀ ବିଶେଷ ରୂପରେ ଟିକଟ ଦେଇଛନ୍ତି।

ଟିଏମସିର ବାଲୁଘାଟରୁ ଆଶାଇ ପ୍ରାର୍ଥୀ ଅର୍ପିତା ଘୋଷ ୨୦୧୪ରେ ନିର୍ବାଚନ ଲଢ଼ି ଜିତିଥିଲେ। ସେ ପ୍ରଥମେ ଟିଏଟର ଡାଇରେକ୍ଟର, ପରେ ଅଭିନେତ୍ରୀ ଏବଂ ପ୍ଲେ ରାଇଟର ଥିଲେ।