ଲୋକସଭା ନିର୍ବାଚନ-୨୦୧୯: କେତେ ଟଙ୍କା ନେଇ ନିର୍ବାଚନ ପ୍ରଚାର କରିବେ ସୋନୁ ନିଗମ, ସନି ଲିଓନୀ, ରାକ୍ଷୀ ସାଓ୍ବନ୍ତ ଜାଣନ୍ତୁ

ନୂଆଦିଲ୍ଳୀ ୧୧।୩: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଚାଲିଛି। ବର୍ତ୍ତମାନ ନିର୍ବାଚନ କମିସନର ମଧ୍ୟ ୨୦୧୯ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଦେଇଛନ୍ତି। ଏବେ କେବଳ ରାଜନୀତି ଗ୍ୟାଲେରୀ ନୁହେଁ ବରଂ ବଲିଉଡରେ ବି ବହୁତ ଆଲୋଡନ ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି କି, ବଲିଉଡର ନାମୀଦାମୀ କଳାକାର ଏବେ ଟଙ୍କା ନେଇ ରାଜନୀତି ପାର୍ଟି ପାଇଁ ଅନଲାଇନ ପ୍ରଚାର କରିବାକୁ ଆଗେଇ ଆସିଛନ୍ତି। କୈଳାଶ ଖେର୍, ସୋନୁ ସୁଦ୍, ସୋନୁ ନିଗମ, ଜୈକି ଶ୍ରାଫ୍, ସନି ଲିଓନୀ, ବିବେକ ଓବରୟ, ଅମିଷା ପଟେଲ, ମହିମା ଚୈାଧରୀ, ଶକ୍ତି କପୁର, ରାକ୍ଷୀ ସାଓ୍ବନ, ଶ୍ରେୟସ ତଳପଡେ, ରାଜୁ ଶ୍ରୀବାସ୍ତବ ଭଳି ବହୁ ସେଲିବ୍ରିଟି ଟଙ୍କା ନେଇ ରାଜନୀତି ପାର୍ଟି ପାଇଁ ଅନଲାଇନ ପ୍ରଚାର କରିବେ।

ମାତ୍ର ଏବେ ପର୍ଯ୍ୟନ୍ତ କୈାଣସି ବଲିଉଡ ଷ୍ଟାରଙ୍କ ମୁହଁରୁ କିଛି ପ୍ରତିକ୍ରିୟା ଆସିନାହିଁ। କେବଳ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ଏକ ଭିଡ଼ିଓ ସେୟାର କରି କହିଛନ୍ତି କି, ‘ମୋ ପାଖକୁ କିଛି ଲୋକ ଆସିଥିଲେ ଯେଉଁମାନେ ଏକ ଡକ୍ୟୁମେଣ୍ଟାରି ତିଆରି କରୁଛନ୍ତି ବୋଲି ମୋତେ କହିଛନ୍ତି। ସେଥିରେ ମୋତେ ପ୍ରଚାର କରିବା ସହିତ ଅଭିନୟ କରିବାକୁ କହିଛନ୍ତି।’ ଏହା ସହିତ ଉକ୍ତ ବ୍ୟକ୍ତି ଜଣକ ରାକ୍ଷୀଙ୍କୁ କହିଛନ୍ତି କି, ଅନ୍ୟ ସେଲିବ୍ରିଟିମାନେ ଭଲ ମୂଲ୍ୟ ନେଇ କାମ କରୁଛନ୍ତି। ଦୁନିଁଆରେ ଏମିତି କେଉଁ କଳାକାର ନାହିଁ ଯେଉଁମାନେ ଟଙ୍କା ନ ନେଇ କାମ କରୁଛନ୍ତି ବୋଲି ସେ କହିଛନ୍ତି।

ରାକ୍ଷୀ ଉତ୍ତରରେ କହିଛନ୍ତି, ସେହିମାନେ ମୋତେ ବି ୬ମାସ ପର୍ଯ୍ୟନ୍ତ ୭୫ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ଯାହାକୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କିନ୍ତୁ ସେସମୟରେ ମୋତେ ଟଙ୍କାର ଆବଶ୍ୟକତା ଥିଲା ତେଣୁ ସେମାନେ ଯେପରି କହିଥିଲେ ମୁଁ ସେହିଭଳି କରିଥିଲି। ମୋତେ ଜଣାନଥିଲା କି ସେମାନେ ମୋତେ ଧୋକା ଦେଉଛନ୍ତି ବୋଲି।
