PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସୁଷମା ସ୍ବରାଜ, ଉମା ଭାରତୀଙ୍କ ସହ ବିଜେପିର ଏହି ନେତା ଲଢିବେନି ଲୋକସଭା ନିର୍ବାଚନ

ନୂଆଦିଲ୍ଳୀ,୨୩।୩: ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କର ୩ଟି ଲିଷ୍ଟ ଜାରି କରିଛି। ବିଜେପି ଏପର୍ଯ୍ୟନ୍ତ ନିଜର ୨୨୧ ପ୍ରାର୍ଥୀଙ୍କ ସୂଚି ଜାରି କରିସାରିଛି। ତେବେ ଏଥର କିନ୍ତୁ ବିଜେପିର କିଛି ବଡ ନେତା ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ଭିତରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜ, ଉମା ଭାରତୀ, ଦଳର ବରିଷ୍ଠ ନେତା କଳରାଜ ମିଶ୍ର ଓ ପରେଶ ରାଓ୍ବଲ ପ୍ରମୁଖ।

କୁହାଯାଉଛି ଯେ, କିଛି ବଡ ନେତାଙ୍କ ଟିକେଟ୍ ବିଜେପି କାଟିପାରେ। ଏଭଳି ନେତାଙ୍କ ଭିତରେ କାନପୁରର ସାଂସଦ ମୁରଲୀ ମନୋହର ଯୋଶୀ, ଉତ୍ତରାଖଣ୍ଡର ଗଢଓ୍ବାଲର ସାଂସଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭିସି ଖଣ୍ଡୁରି  ରହିଛନ୍ତି। ହିମାଚଳ  ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତା କୁମାର ମଧ୍ୟ ଲୋକସଭା ନିର୍ବାଚନ ନଲଢିବା ନେଇ ସଙ୍କେତ ଦେଇଛନ୍ତି।

ସେଭଳି ବିଜେପି ଭିତରେ ଲୋକସଭା ଆସନକୁ ନେଇ ପ୍ରାର୍ଥୀଙ୍କ ନାମ ପ୍ରସ୍ତୁତ କରିବା ନେଇ ଲଗାତାର ଦଳର କେନ୍ଦ୍ରୀୟ କମିଟିର ବୈଠକ ହେଉଛି। ଗତକାଲି ରାତିରେ ମଧ୍ୟ ଦଳର ୩୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଶୁକ୍ରବାର ଘୋଷଣା  ହୋଇଥିବା ସୂଚି ଅନୁସାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓଡିଶାର ପୁରୀରୁ ଲୋକସଭା ନିର୍ବାଚନ ଲଢିବେ।

ବିଜେପିର ପ୍ରଥମ ତାଲିକାରେ ୧୮୪ ଜଣ ସାଂସଦ, ଦ୍ବିତୀୟ ତାଲିକାରେ ଏକ ସିଟ୍ ଏବଂ ତୃତୀୟ ତାଲିକାରେ ଗତରାତିରେ ୩୬ ଜଣ ପ୍ରାର୍ଥୀଙ୍କ ନାମର ଘୋଷଣା କରାଯାଇଛି। ବିଜେପି ଅନ୍ୟ ଆସନରେ ଖୁବ୍ ଶୀଘ୍ର ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ବିହାର ଏନଡିଏ ମଧ୍ୟ ଆଜି ସେଠାରେ ୩୯ ଜଣ ପ୍ରାର୍ଥୀଙ୍କ ନାମ  ଘୋଷଣା କରିସାରିଚି। ଏଥର ଦେଶରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ୧୧ ଅପ୍ରେଲକୁ ୭ ଓ ଶେଷ ପର୍ଯ୍ୟାୟ ନିର୍ବାଚନ ୧୯ ମଇରେ ହେବ। ଭୋଟ ଗଣତି ୨୩ ମଇରେ ହେବ। ଏହି ଦିନ ଜଣାପଡିବ ଦେଶରେ କେଉଁ ଦଳ ସରକାର ଗଠନ କରିବ।