ୟୁପିରେ ‘ମିଶନ ୨୪’ ପାଇଁ ରଣନୀତି ଆରମ୍ଭ, ହେମାମାଳିନୀଙ୍କ ସମେତ କଟିପାରେ ଏହି ସାଂସଦଙ୍କ ଟିକେଟ…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ନିର୍ବାଚନରେ ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ଉପରେ ମଧ୍ୟ କଇଁଚି ଚଲାଇବାକୁ ମନ୍ଥନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଦଳ ଅନେକ ସାଂସଦଙ୍କ ଟିକେଟ୍ ମଧ୍ୟ କାଟିପାରେ । ତେବେ ୨୦୧୯ ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ବିଜେପି ୟୁପି ସରକାରରେ ଚାରିଜଣ ମନ୍ତ୍ରୀଙ୍କ ଉପରେ ବାଜି ଲଗାଇଥିଲା, ସେଥିମଧ୍ୟରୁ ୩ ଜଣ ଜିତିଥିବା ବେଳେ ଜଣେ ମନ୍ତ୍ରୀ ଫୁଲ ଫୁଟାଇବାରେ ବିଫଳ ହୋଇଥିଲେ ।

ତେବେ ଏଥର ଦଳ ଭିତରେ ଥିବା ଲୋକଙ୍କ ମଧ୍ୟରେ କାହାର ଟିକେଟ୍ କାଟିବାକୁ ଯାଉଛି ସେନେଇ ଅନେକ ଆଲୋଚନା ହେଉଛି । ସର୍ବାଧିକ ଚର୍ଚ୍ଚା ହେଉଛି ଦେଓରିଆ ସାଂସଦ ରମାପତୀ ରାମ ତ୍ରିପାଠୀ, ମଥୁରା ସାଂସଦ ହେମା ମାଲିନୀ, ପ୍ରୟାଗରାଜ ସାଂସଦ ରୀତା ବହୁଗୁଣା ଯୋଶୀ, କାନପୁର ସାଂସଦ ସତ୍ୟଦେବ ପଚୌରୀ, ବରେଲି ସାଂସଦ ସନ୍ତୋଷ ଗଙ୍ଗୱାର । ତେବେ ଏହା ପଛର କାରଣ ହେଉଛି ସେମାନଙ୍କର ବୟସ, ସମସ୍ତଙ୍କର ୭୩ ରୁ ୭୫ ବର୍ଷ ବୟସ । ତେବେ କିଏ ସୁଯୋଗ ପାଇବ ଏବଂ କାହାର ଟିକେଟ କଟିବ ତାହା ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ।