ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ତାମିଲନାଡୁରେ ବିଜେପି ସହ ଏଆଇଏଡିଏମକେର ମେଣ୍ଟ

ଚେନ୍ନାଇ,୧୯।୨:ଆଗାମୀ ଲୋକସଭା ନିର୍ବାଚନ ୨୦୧୯ ପାଇଁ ଆଜି ତାମିଳନାଡୁରେ ବିଜେପି ସହ ଶାସକ ଦଳ ଏଆଇଏଡିଏମକେ  ମେଣ୍ଟ କରିଛି। ଏବେ ଦୁଇ ଦଳ ତାମିଲନାଡୁ ଓ ପୁଡୁଚେରୀରେ ଏକାଠି ନିର୍ବାଚନ ଲଢିବେ। କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ପୀୟୁଷ ଗୋୟଲ ଓ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ ଚେନ୍ନାଇରେ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି। ମେଣ୍ଟ ଗଠନ ଅନୁସାରେ ଏଆଇଏଡିଏମକେ ଲୋକସଭାର ୩୯ଟି ଆସନରୁ  ବିଜେପିକୁ ୫ଟି ଆସନ ଦେବାର ନିଷ୍ପତ୍ତି ନେଇଛି।

{"id":4385}
source: https://www.thehindu.com

ଏଆଇଏଡିଏମକେ ନେତା ପନିରସେଲଭମ୍ କହିଛନ୍ତି, ଲୋକସଭା ନିର୍ବାଚନରେ ବିଜେପି ୫ଟି ଆସନରୁ ନିର୍ବାଚନ ଲଢିବ। ଆମେ ତାମିଲନାଡୁ ଓ ପୁଡୁଚେରୀ ସହିତ ନିର୍ବାଚନ ଲଢିବୁ। ସେଭଳି ବିଜେପି ନେତା ପୀୟୁଷ ଗୋୟଲ କହିଛନ୍ତି ଆମେ ତାମିଲନାଡୁରେ ୨୧ ଟି ଆସନରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ଏଆଇଏଡିଏମକେକୁ ସମର୍ଥନ କରିବୁ। ଆମେ ରାଜ୍ୟରେ ପନିରସେଲଭମ ଓ ପଲାନିସ୍ବାମୀଙ୍କ ନେତୃତ୍ବରେ ଲଢିବୁ ଓ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ନିର୍ବାଚନ ଲଢିବୁ। ମେଣ୍ଟର ସର୍ତ୍ତ ଅନୁସାରେ  ଏଆଇଏଡିଏମକେକୁ ୭ଟି ଆସନ ଦେବ, ପିଏମକେକୁ ରାଜ୍ୟସଭାର ଗୋଟିଏ ଆସନ ଦିଆଯିବାର ନିଷ୍ପତ୍ତି କରାଯାଇଛି। ମେଣ୍ଟ ନେଇ ଏଆଇଏଡିଏମକେ ଓ ପିଏମକେର ନେତୃତ୍ବଙ୍କ ମଧ୍ୟରେ ଚୁକ୍ତି ହୋଇଛି। ପନିରସେଲଭମ୍ କହିଛନ୍ତି ଏହି ଚୁକ୍ତି ଅନୁସାରେ ପିଏମକେ ତାମିଲନାଡୁରେ ୨୧ ଟି ବିଧାନସଭା ଆସନରେ ସମ୍ଭାବିତ ଉପନିର୍ବାଚନରେ ଏଆଇଏଡିଏମକେକୁ ସମର୍ଥନ କରିବ।

Copyright © 2022 - Summa Real Media Private Limited. All Rights Reserved.