ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ବିଜେପିର ମିଶନ୍‌ ୨୦୨୪: ୬୫ ମୁସଲିମ୍‌ ବହୁଳ ଜିଲ୍ଲା ଉପରେ ଫୋକସ୍‌, ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୧୬/୦୩: ଲୋକସଭା ନିର୍ବାଚନକୁ ବର୍ଷେରୁ ଅଧିକ ସମୟ ରହିଥିଲେ ବି ଶାସକ ବିଜେପି ଏବେଠାରୁ ଆରମ୍ଭ କରିସାରିଛି ତାର ପ୍ରସ୍ତୁତି। ୨୦୨୪ ନିର୍ବାଚନରେ ତାର ବିଜୟ ସୁନିଶ୍ଚିତ କରିବାକୁ ବିଜେପି ମୁସଲମାନ ଭୋଟର ମାନଙ୍କ ସମର୍ଥନ ପାଇବା ପାଇଁ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼ିବାରା ଲାଗିଛି। ଦଳ ଦେଶର ୬୫ଟି ମୁସଲିମ ବହୁଳ ଜିଲ୍ଲା ଉପରେ ଫୋକସ୍‌ କରିଛି। ଏହି ଜିଲ୍ଳାଗୁଡ଼ିକରେ  ଅଳ୍ପସଂଖ୍ୟକ ସମ୍ପ୍ରଦାୟର ୫ ହଜାର 'ମୋଦୀ ମିତ୍ର' ଚୟନ କରାଯିବ, ଯିଏକି ମୁସଲିମ ବହୁଳ ଜିଲ୍ଲାରେ ମୁସଲମାନ ଭୋଟର ମାନଙ୍କୁ ଏକତ୍ରୀତ କରିବା ଉପରେ କାମ କରିବେ। ଏଥିମଧ୍ୟରୁ ଉତ୍ତରପ୍ରଦେଶରୁ ୧୩ ଜିଲ୍ଲା, ପଶ୍ଚିମ ବଙ୍ଗରୁ ୧୩ ଜିଲ୍ଲା ସମେତ ବିହାର, ଆସାମ ଓ କେରଳର ମୁସଲିମ୍‌ ବହୁଳ ଜିଲ୍ଲା ସାମିଲ ଅଟେ।

ତମାମ ଯୋଜନାର ଆରମ୍ଭ ୨୫ ଏପ୍ରିଲରୁ ହେବ, ଯାହାକି ବର୍ଷେ ପର୍ଯ୍ୟନ୍ତ ଚାଲିବ। ଦଳ ୧୫ ମାର୍ଚ୍ଚରୁ 'ସୁଫି ସମ୍ବାଦ ମହାଅଭିଯାନ' ଆରମ୍ଭ କରିବାକୁ ପ୍ରସ୍ତୁତି କରି‌ଥିବା ବେଳେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଏହାର ମୁ‌ଖ୍ୟ ଉଦ୍ଦେଶ୍ୟ ସୁଫି ସମ୍ପ୍ରଦାୟର ଲୋକଙ୍କୁ ଏକତ୍ରିତ କରିବ। ଦଳର ସଂଖ୍ୟାଲଘୁ ମୋର୍ଚ୍ଚା ମୁଖ୍ୟ ଜମାଲ ସିଦ୍ଦିକି କହିଛନ୍ତି ଯେ, ତମାମ ଅଭିଯାନ ପାଇଁ ସୁଫିବାଦ ସହିତ ଜଡ଼ିିତ ୧୫୦ ଲୋକଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ମହାସଭାକୁ ସମ୍ବୋଧନ କରି ଏହି ଅଭିଯାନର ସମାପନ କରାଇବେ। ଏହାଦ୍ବାରା ବିଜେପି ବିଶ୍ବାସ ରଖିଛି ଯେ, ସମସ୍ତ ବର୍ଗ ଏଥିରେ ଦଳ ସହିତ ଯୋଡ଼ି ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦାଉଦି ବୋହରା ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେ ଏଥିରେ କହିଥିଲେ ଯେ 'ମୁଁ ଆପଣଙ୍କ ପରିବାରର ସଦସ୍ୟ ଅଟେ।' ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ 'କେହି ଆମକୁ ଭୋଟ୍ ଦିଅନ୍ତୁ ବା ନଦିଅନ୍ତୁ, କିନ୍ତୁ ସମାଜର ପ୍ରତ୍ୟେକ ବର୍ଗ ସହିତ ଯୋଡ଼ି ହୋଇ ରହିବା ଆବଶ୍ୟକ। ସେ ଦଳୀୟ କର୍ମୀଙ୍କୁ ପସମାନ୍ଦା, ବୋହ୍‌ରା, ବୁଦ୍ଧିଜୀବୀ ତଥା ବୃତ୍ତିଗତ ମୁସଲମାନମାନଙ୍କ ନିକଟରେ ପହଞ୍ଚିବାକୁ କହିଥିଲେ। ଏହା ସହିତ ୨୦୨୪ରେ ବିଜେପି ୨୦୧୯ ଠାରୁ ମଧ୍ୟ ଏକ ବିରାଟ ବିଜୟ ହାସଲ କରିବାକୁ ଆଶା କରୁଛି। ଏ ସମ୍ପର୍କରେ ବିଜେପି ଏହି ରଣନୀତି ପ୍ରସ୍ତୁତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.