PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଦେଶର ଟପ୍ ୧୦ ଧନୀ ପ୍ରାର୍ଥୀଙ୍କ ମଧ୍ଯରୁ ଜିତିଲେ ୫, ନମ୍ବର ୧କୁ ମିଳିଲା ମାତ୍ର ୧୫୫୬ ଭୋଟ୍

ନୁଆଦିଲ୍ଲୀ ୨୪/୫: ସାଧାରଣ ନିର୍ବାଚନ ୨୦୧୯ରେ ଦେଶର ୧୦ ସର୍ବାଧିକ ଧନୀ ପ୍ରାର୍ଥୀଙ୍କ ମଧ୍ଯରୁ ମାତ୍ର ୫ ଜଣ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିପାରିଛନ୍ତି ।  ଦେଶର ସବୁଠାରୁ ଧନୀ ପ୍ରାର୍ଥୀଙ୍କୁ ନିର୍ବାଚନରେ ପରାସ୍ତ ହେବାକୁ ପଡିଛି । ଦେଶର ସବୁଠାରୁ ୧୦ ଧନୀ ପ୍ରାର୍ଥୀଙ୍କ ମଧ୍ଯରୁ ୩ ଆନ୍ଧ୍ରପ୍ରଦେଶ, ୨-୨ ବିହାର ଏବଂ ମଧ୍ୟପ୍ରଦେଶ, ୧-୧-୧ ତାମିଲନାଡୁ, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ଥିଲେ । ଧନୀ ବିଜୟୀ ପ୍ରାର୍ଥୀଙ୍କ ମଧ୍ଯରେ କଂଗ୍ରେସର ନକୁଳ ନାଥ ପ୍ରମୁଖ ନାମ ଏବଂ ପରାଜିତ ଧନୀ ପ୍ରାର୍ଥୀଙ୍କ ମଧ୍ଯରେ ଜ୍ୟୋତିରାଦିତ୍ଯ ସିନ୍ଧିୟାଙ୍କ ନାଁ ମଧ୍ୟ ସାମିଲ ।

ଦେଶର ସବୁଠାରୁ ଧନୀ ପ୍ରାର୍ଥୀ ବିହାରର ରମେଶ କୁମାର ଶର୍ମା ଏହି ନିର୍ବାଚନରେ ପାଟଳୀପୁତ୍ର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିଲେ । ତେବେ ସେ ନିଜ ଅମାନତ ହରାଇ ପରାସ୍ତ ହୋଇଛନ୍ତି । ତାଙ୍କୁ କେବଳ ୧୫୫୬ ଭୋଟ୍ ମିଳିଛି । ରମେଶ ନାମାଙ୍କନ ପତ୍ର ଦାଖଲ ସମୟରେ ୧୧୦୭ କୋଟି ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଥିଲେ ।

ଦେଶର ୨ୟ ସବୁଠାରୁ ଧନୀ ପ୍ରାର୍ଥୀ କଂଗ୍ରେସର କୌଣ୍ଡା ବିଶେଶ୍ୱର ରେଡ୍ଡୀଙ୍କୁ ମଧ୍ଯ ହାରର ସାମ୍ନା କରିବାକୁ ପଡିଛି । ତାଙ୍କୁ ତେଲେଙ୍ଗାନାର ଚେୱେଲ୍ଲା ଆସନରୁ ଟିଆରଏସର ଜି ରଞ୍ଜିତ୍ ରେଡ୍ଡୀ ୧୪ ହଜାର ୩୧୭ ଭୋଟରେ ହରାଇଛନ୍ତି । ଆପୋଲର ଅଧ୍ଯକ୍ଷ ଶ୍ରୀ ପ୍ରତାପ ରେଡ୍ଡୀଙ୍କ ଜ୍ୱାଇଁ ବିଶେଶ୍ୱର ଦେଶର ୨ୟ ସବୁଠାରୁ ଧନୀ ପ୍ରାର୍ଥୀ ଥିଲେ । ସେ ନାମାଙ୍କନ ସମୟରେ ୮୯୫ କୋଟିରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଥିଲେ । ସେ ଡିସେମ୍ବରରେ ଟିଆରଏସ୍ ଛାଡି କଂଗ୍ରେସରେ ମିଶିଥିଲେ ।

ନକୁଳ ନାଥ ୬୬୦ କୋଟି ଟଙ୍କାରୁ ଅଧିକ ସହିତ ତୃତୀୟ ଧନୀ ତାଲିକାରେ ଥିଲେ । ନକୁଳ ଛିନ୍ଦୱାଡା ଆସନରେ ୩୭ ହଜାର ୫୩୬ ଭୋଟରେ ବିଜୟୀ ହୋଇଛନ୍ତି ।

କଂଗ୍ରେସର ଏଚ୍ ବସନ୍ତକୁମାର ୪୧୭ କୋଟି ସମ୍ପତ୍ତି ସହିତ ଦେଶର ଚତୁର୍ଥ ଧନୀ ତାଲିକାରେ ଥିଲେ । ସେ ୨ ଲକ୍ଷ ୫୯ ହଜାର ୯୩୩ ଭୋଟ୍ ଅନ୍ତରରେ କେନ୍ଦ୍ରମନ୍ତ୍ରୀ ପୋନ୍ ରାଧାକୃଷ୍ଣନଙ୍କୁ ହରାଇ ଦେଇଛନ୍ତି ।

ଜ୍ଯୋତିରାଦିତ୍ଯ ସିନ୍ଧିୟା ୩୭୪ କୋଟି ସମ୍ପତ୍ତି ସହିତ ଦେଶର ୫ମ ଧନୀ ପ୍ରାର୍ଥୀ ଥିଲେ । ତାଙ୍କୁ ବିଜେପିର କୃଷ୍ଣ ପାଲ୍ ସିଂହ ୧ ଲକ୍ଷ ୨୫ ହଜାର ୫୪୯ ଭୋଟ୍ ଅନ୍ତରରେ ହରାଇଛନ୍ତି ।

୬ଷ୍ଠ ନମ୍ବରରେ ଦେଶର ଧନୀ ପ୍ରାର୍ଥୀ ବିରା ପୋଟଲୁରୀ ୱାଇଏସଆର୍ କଂଗ୍ରେସ ଟିକଟରେ ବିଜୟୱାଡା ଆସନରୁ ନିର୍ବାଚନ ଲଢୁଥିଲେ । କିନ୍ତୁ ୮ ହଜାର ୭୨୬ ଭୋଟ୍ ଅନ୍ତରରେ ହାରିଗଲେ । ସେ ୩୪୭ କୋଟିର ସମ୍ପତ୍ତି ଥିବା ଘୋଷଣା କରିଥିଲେ ।

କଂଗ୍ରେସର ଉଦୟ ସିଂହ ଦେଶର ୭ମ ଧନୀ ପ୍ରାର୍ଥୀ ଥିଲେ । ସେ ବିହାରର ପୂର୍ଣ୍ଣିୟା ଆସନରୁ ୨ ଲକ୍ଷ ୬୩ ହଜାର ୪୬୧ ଭୋଟରେ ପରାସ୍ତ ହୋଇଛନ୍ତି । ସେ ୩୪୧ କୋଟି ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଥିଲେ ।

ଦେଶର ୮ମ ଧନୀ ପ୍ରାର୍ଥୀ ଡି କେ ସୁରେଷ କଂଗ୍ରେସ ଟିକେଟରେ ବେଙ୍ଗାଲୁରୁ ଗ୍ରାମୀଣରୁ ୨ ଲକ୍ଷ ୬ ହଜାର ୮୭୯ ଭୋଟ୍ ଅଧିକରେ ଜିତିଛନ୍ତି । ୯ମ ସବୁଠାରୁ ଧନୀ ପ୍ରାର୍ଥୀ ୱାଇଏସଆର୍ କଂଗ୍ରେସ ପାର୍ଟିର କେଆରକେ ରାଜା ନାସାପୁରମ ଆସନରୁ ୩୧ ହଜାର ୯୦୯ ମତରେ ବିଜୟ ହାସଲ କରିଛନ୍ତି । ସେ ୩୨୫ କୋଟି ଟଙ୍କା ସମ୍ପତ୍ତି ଥିବା ଘୋଷଣା କରିଥିଲେ ।

୧୦ମ ଧନୀ ପ୍ରାର୍ଥୀ ତାଲିକାରେ ଥିବା ଜୟଦେବ ଗଲ୍ଲା ୪ ହଜାର ୨୦୫ ମତରେ ବିଜୟ ହାସଲ କରିଛନ୍ତି । ସେ ଗୁଣ୍ଟୁର ଆସନରୁ ବିଜୟୀ ହୋଇଛନ୍ତି । ସେ ୩୦୫ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର