ଏନସିପିର ପ୍ରତିଶୃତି: କ୍ଷମତାକୁ ଆସିଲେ ପାକିସ୍ତାନ ସହିତ ହେବ ଆଲୋଚନା

source:zeenews.india.com
ମୁମ୍ବାଇ ୨୬/୩: ନ୍ୟାସଲିଷ୍ଟ କଂଗ୍ରେସ ପାର୍ଟି(NCP) ତରଫରୁ ଘୋଷଣା କରାଯାଇଛି ଯେ ଦଳ କ୍ଷମତାକୁ ଆସିଲେ ପାକିସ୍ତାନ ସହିତ ଆଲୋଚନା କରିବ । ଘୋଷଣା ପତ୍ରରେ ଏନସିପି କହିଛି ଯେ ଯଦି ଦଳ କ୍ଷମତାକୁ ଆସେ ତେବେ ପାକିସ୍ତାନ ସହିତ ଆଲୋଚନା କରାଯିବ ।
ଲୋକସଭା ନିର୍ବାଚନ ପାଇଁ ସୋମବାର ନିଜ ଘୋଷଣା ପତ୍ର ଜାରି କରିଛି ଏନସିପି ।ଏଥିରେ ନିମ୍ନ ଓ ମଧ୍ଯମ ଆୟବର୍ଗର ଚାଷୀଙ୍କ ପାଇଁ ସମ୍ପୂର୍ଣ୍ଣ ଋଣ ଛାଡ୍ କରିବା ସହିତ ପାକିସ୍ତାନ ସହିତ ଆଲୋଚନା କରାଯିବା କଥା କୁହାଯାଇଛି । ପାର୍ଟି କାର୍ଯ୍ଯାଳୟରେ ଏହି ଘୋଷଣା ପତ୍ର ଜାରି କରି ଏନସିପି ମହାସଚିବ ତଥା ମୁଖ୍ଯ ପ୍ରବକ୍ତା ଡି ପି ତ୍ରିପାଠୀ କହିଛନ୍ତି ଯେ ପାର୍ଟିର ଚେଷ୍ଟା ରହିବ ଯେ କଶ୍ମୀର ଘାଟୀରେ କଟ୍ଟରପନ୍ଥ ଦିଗରେ ଅଗ୍ରସର ହେଉଥିବା ଯୁବକଙ୍କୁ ମୁଖ୍ଯଧାରାରେ ସାମିଲ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଯେଉଁମାନେ ସେମାନଙ୍କ ମନରେ ଘୃଣା ସୃଷ୍ଟି କରୁଛନ୍ତି ।
ଶରଦ ପାୱାରଙ୍କ ନେତୃତ୍ୱାଧୀନ ଦଳ ନ୍ଯାସନାଲିଷ୍ଟ କଂଗ୍ରେସ ପାର୍ଟି ମହାରାଷ୍ଟ୍ରରେ ୨୦ ଆସନରୁ ନିର୍ବାଚନ ଲଢୁଛି । ମହାରାଷ୍ଟ୍ର ବ୍ଯତୀତ ଦଳ ବିହାର, ଓଡିଶା, ମେଘାଳୟ ଓ ମଣିପୁରରୁ ମଧ୍ଯ ଗୋଟିଏ ଗୋଟିଏ ଆସନରୁ ନିର୍ବାଚନ ଲଢୁଛି ।
ତ୍ରିପାଠୀ କହିଛନ୍ତି ଯେ ‘ଗ୍ରାମୀଣ ଅଞ୍ଚଳରେ କାମ କରୁଥିବା ବିଭିନ୍ନ ସଙ୍ଗଠନର ଆକଳନ ଅନୁସାରେ ୯୦ ହଜାରରୁ ଅଧିକ ଲୋକ ଆତ୍ମହତ୍ଯା କରିଛନ୍ତି ଯେଉଁଥିରେ ଅଧିକାଂଶ ଚାଷୀ । ଆମେ ନିମ୍ନ ଓ ମଧ୍ଯମ ଆୟବର୍ଗ ଚାଷୀଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ୍ କରିବୁ ।’ ପାର୍ଟିର ଘୋଷଣା ପତ୍ର ମୁମ୍ବାଇରେ ଜାରି କରାଯାଇଛି । ତ୍ରିପାଠୀ ଏହା ମଧ୍ଯ କହିଛନ୍ତି ଯେ ପାକିସ୍ତାନ ସହିତ ଖାସ୍ ରୂପେ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଯେପରି ପୁଣି ୨ ଦେଶ ମଧ୍ଯରେ ସୁସମ୍ପର୍କ ସ୍ଥାପନ ହୋଇପାରିବ ।