ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ମୃତ, ୯କୁ ଖସିଲା ସଂଖ୍ୟା

ବାରଙ୍ଗ,୨୯/୦୫ ନନ୍ଦନକାନନ ଭଦ୍ଭିଦ ଉଦ୍ୟାନରେ ଥିବା ଶାଗୁଣା ପ୍ରଜନନ କେନ୍ଦ୍ରରେ ରବିବାର ସକାଳୁ ଏକ ଶାଗୁଣାର ମୃତ୍ୟୁ ହୋଇଛି । ଏହି ଶାଗୁଣାର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୯କୁ ଖସିଆସିଛି । କିଛିଦିନ ହେବ ଶାଗୁଣାଟି ଅସୁସ୍ଥ ଥିବାବେଳେ ତା’ର ଡେଣା ଓ ବେକରେ ଘା’ ହୋଇ ସଂକ୍ରମଣ ହୋଇଯାଇଥିଲା । ତେଣୁ ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ପ୍ରାଣୀ ଉଦ୍ୟାନର ଚିକିତ୍ସକମାନେ ତା’ର ଚିକିତ୍ସା କରୁଥିଲେ । ଦିନକୁ ଦିନ ତା’ର ଘା’ ସ୍ଥାନଟି ଅଧିକ ସଂକ୍ରମଣ ହେଉଥିଲା ।

ରବିବାର ସକାଳୁ ଶାଗୁଣାଟି ଖୁଆଡ଼ ମଧ୍ୟରେ ଅଚେତ ହୋଇପଡ଼ିଥିବା ଜନ୍ତୁ ରକ୍ଷକ ଦେଖି ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ । ପ୍ରାଣୀ ଚିକିତ୍ସକ ଶାଗୁଣା ପ୍ରଜନନ କେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ପରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଶାଗୁଣାର ମୃତଦେହ ବ୍ୟବଚ୍ଛେଦ ପାଇଁ ଓୟୁଏଟି ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଶାଗୁଣା ବଂଶ ବୃଦ୍ଧି ପାଇଁ ୨୦୦୮ ମସିହାରେ କେନ୍ଦ୍ର ଜଙ୍ଗଲ ବିଭାଗ ସହାୟତାରେ ନନ୍ଦନକାନନ ଅଧିନରେ ଥିବା ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାଡେନ) ପଛ କଡ଼ରେ ଏକ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଥିଲା । ୨୦୧୮ ନଭେମ୍ବର ୨୭ରେ ଗୋୱାଲିୟରରୁ ୬ ହଳ (୬ ଅଣ୍ଡିରା, ୬ ମାଈ) ଲଙ୍ଗବିଲ୍ଡ (ଲମ୍ବାଥଣ୍ଟିଆ) ପ୍ରଜାତିର ଶାଗୁଣା କେନ୍ଦ୍ରୀୟ ଚିଡ଼ିଆଖାନା ଅନୁମତି କ୍ରମେ ନନ୍ଦନକାନନକୁ ଆସିଥିଲା । ଏଥି ମଧ୍ୟରୁ ପୂର୍ବରୁ ଦୁଇଟିର ମୃତ୍ୟୁ ହୋଇଥିବା ବେଳେ ଆଜି ଗୋଟିଏର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.