PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଦୁଇ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି  କଲା ଇଓଡବ୍ଲ୍ୟୁ, ଚାକିରି ଦେବା ନାଁରେ ଠକି ନେଇଛନ୍ତି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା

ଭୁବନେଶ୍ବର, ୫।୭ ଦୁଇ ଜଣଙ୍କ ବିରୋଧରେ ଲୁକ ଆଉଟ  ସର୍କୁଲାର ଜାରି କରିଛି ଇଓଡବ୍ଲ୍ୟୁ  । ବିକୁ ବିଶୋଇ ଓ ମାନିକନ୍ଦନଙ୍କ ନାଁରେ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ବିକୁ ବିଶୋଇ ଘର ଗଂଜାମ ଭଞ୍ଜନଗର ଓ ମାନିକନ୍ଦନ ଘର ଚେନ୍ନାଇରେ । ଉଭୟ କିନେ ଇନଫୋଟେକ  ପ୍ରାଇଭେଟ ଲିମିଟେଡର ନିର୍ଦେଶକ।  ଚାକିରି ଦେବା ନାଁରେ ଆଶାୟୀଙ୍କଠାରୁ ଠକି ନେଇଛନ୍ତି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା । ଭଞ୍ଜନଗର ଥାନାରେ ଠକେଇ ନେଇ ଅଭିଯୋଗ ହୋଇଥିଲା ।

କିନେ ଇନଫୋ​‌ଟେ​‌କ ପ୍ରାଇଭେଟ ଲିମିଟେଡ ସହ ବିଭିନ୍ନ କମ୍ପାନୀ କରି ଲୋକଙ୍କୁ ଠକୁଥିଲେ । ଏବେ ଏହି ଦୁଇ ଠକ ମାଲେସିଆରେ ଲୁଚି ଥିବା ଜଣାପଡିଛି । ଏମାନଙ୍କ ବିଷୟରେ ଅଧିକ ତଥ୍ୟ ପାଇଲେ ୯୪୩୯୨୧୬୪୫୧ ନଂରେ ଯୋଗଯୋଗ କରିବାକୁ ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି । । ତଥ୍ୟପ୍ରଦାକାରୀଙ୍କୁ ପୁରସ୍କାର ଦେବା ସହ ସେମାନଙ୍କ ନାମଗୋପନ ରଖାଯିବ । ତେବେ ଲୋକଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ ଅଭିଯୋଗରେ କିନେ ଇନଫୋଟେକ ପ୍ରାଇଭେଟ ଲିମିଟେଡ ସହ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।