PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ମଣ୍ଡପରେ ଝିଅ ବାହାଘର, ଘରେ ବୁଲିଲା କଳାକନା

ରାଉରକେଲା,୭ା୨(ବ୍ୟୁରୋ): କୋଏଲନଗର ଅଞ୍ଚଳରେ ରହୁଥିବା ଭଗବାନ ସାହୁଙ୍କ ଝିଅ ବିବାହ ପାଇଁ ପରିବାର ଲୋକ ଗତକାଲି ବିବାହ ମଣ୍ଡପରେ ଥିଲେ । ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ନଗଦ ସାଢେ ୩ ଲକ୍ଷ ଟଙ୍କା ସମେତ ପ୍ରାୟ ୨୫ ଭରି ଓଜନର ସୁନାଗହଣା ଚୋରି କରି ନେଇଥିବା ଶ୍ରୀ ସାହୁ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛି । କୋଏଲନଗର କ୍ୱାର୍ଟର୍ସ ନଂ.ଡି-୩୩୯ରେ ସପରିବାର ରହୁଥିବା ଭଗବାନ ସାହୁଙ୍କ ଝିଅ ବିବାହ ଥିବାରୁ ଗତକାଲି ସନ୍ଧ୍ୟାରୁ ସମସ୍ତେ ରାଉରକେଲା କ୍ଲବର ବିବାହ ମଣ୍ଡପକୁ ଯାଇଥିଲେ । ରାତି ପ୍ରାୟ ସାଢେ ୧୨ଟା ପର୍ଯ୍ୟନ୍ତ ପରିବାର ସଦସ୍ୟ କେହି ନା କେହି ବିବାହ ମଣ୍ଡପରୁ ଘରକୁ ଯିବାଆସିବା କରୁଥିଲେ । ମାତ୍ର ରାତି ପ୍ରାୟ ସାଢେ ୧୨ଟା ପରେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବ ବିବାହରେ ବ୍ୟସ୍ତ ରହିଥିଲେ । ହଠାତ ରାତି ପ୍ରାୟ ୩ଟାରେ ଶ୍ରୀ ସାହୁଙ୍କ ପୁଅ ସ୍ୱସ୍ତିକ କୌଣସି କାମ ପାଇଁ ଘରକୁ ଯାଇଥିଲେ । ଘରର ଗେଟ୍‌ ଖୋଲି ଭିତରକୁ ଯିବା ପରେ ମୁଖ୍ୟ ଗ୍ରୀଲ୍‌ରେ ପଡ଼ିଥିବା ତାଲା ଭଙ୍ଗା ଯାଇଥିବା ବେଳେ କବାଟରେ ପଡ଼ିଥିବା ତାଲା ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘର କବାଟ ଖୋଲି ଭିତରକୁ ଯିବା ପରେ ଦୁଇଟି ବେଡ଼ରୁମ୍‌ରେ ପଡ଼ିଥିବା ତାଲା ଭଙ୍ଗା ଯାଇଥିବା ବେଳେ ଘରେ ଥିବା ତିନିଟି ଆଲମାରୀ ଖୋଲା ଥିବା ଦେଖିଥିଲେ । ଘରର ଜିନିଷପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ବେଳେ ବିବାହରେ ମିଳିଥିବା ଉପହାର ଲଫାପା ଗୁଡ଼ିକ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେ ତୁରନ୍ତ ମଣ୍ଡପରେ ଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଶ୍ରୀ ସାହୁଙ୍କ ସମେତ ପରିବାର ଲୋକେ ଘରେ ପହଞ୍ଚିବା ସହ ପୁଲିସ୍‌କୁ ଖବର ଦେଇଥିଲେ ।
ଶ୍ରୀ ସାହୁଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ତିନିଟି ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ସାଢେ ୩ ଲକ୍ଷ ଟଙ୍କା ଓ ୨୫ ଭରି ଓଜନର ସୁନାଗହଣା ଚୋରି କରି ନେଇଛନ୍ତି । ସେହିପରି ବିବାହରେ ମିଳିଥିବା ପ୍ରାୟ ୨୦୦ ଲଫପାକୁ ଚିରି ସେଥିରେ ଥିବା ଟଙ୍କାକୁ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ । ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ କାହାରିକୁ ଗିରଫ କରାଯାଇ ପାରି ନଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର