ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କଠୁ ୭.୨୮ ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା ୨୬/୫- ଖୋର୍ଦ୍ଧାରେ ବ୍ଲାକ ପଲସର ଆତଙ୍କ। ଶୁକ୍ରବାର ଅପରାହ୍ନ ସାଢେ ୩ଟା ସମୟ ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକରୁ ଆଖି ପିଛୁଳାକେ ଦୁଇଜଣ ଲୁଟେରା ଏକ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କଠାରୁ ୭.୨୮ ଲକ୍ଷ ଟଙ୍କା ବ୍ଯାଗ ଲୁଟି ଫେରାର ହୋଇଗଲେ। କମ୍ପାନୀ ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ସିସିଟିଭି ଫୁଟେଜ ଯାଞ୍ଚ କରି ତନାଘନା କରୁଛି ପୋଲିସ। ସୂଚନା ପ୍ରକାରେ ନବୀନାବାଗ ସ୍ଥିତ ଏକ ଫାଇନାନ୍ସ କମ୍ପାନୀ ମ୍ଯାନେଜର ଓ ତାଙ୍କ ସହଯୋଗୀ କର୍ମଚାରୀଙ୍କ ଟଙ୍କା ଡିପୋଜିଟ ଲାଗି ବ୍ଯାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଉଥିଲେ। ଏହି ସମୟରେ ପଛପଟୁ ଏକ ବ୍ଲାକ ପଲସରଧାରୀ ପିଛା କରି ଲୁଟ କରି ଫେରାର ହୋଇଯାଇଥିଲେ ।