PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବାଇକ ଆରୋହୀଙ୍କ ଠାରୁ ସୁନାଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଚଣ୍ଡିଖୋଲ, ୯।୮ ବାଇକ ଆରୋହୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୫ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଦୁର୍ବୁତ୍ତ ଲୁଟି ନେଇଛନ୍ତି। ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟ ଖୋସାଲିପୁର ଓଭରବ୍ରିଜ ନିକଟରେ  ଏହି ଘଟଣା ଘଟିଛି।

 ବାଲିଚନ୍ଦ୍ରପୁର ଥାନା ଅଧୀନ ବିନୀତ କୁମାର ଜେନା ଓ ତାଙ୍କ ସ୍ତ୍ରୀ ଓ ପୁଅ ବାଇକ ରେ ଢେଙ୍କାନାଳ ର ଏକ ବନ୍ଧୁଙ୍କ ଘରୁ ତାଳୁଆ ବାଲିକୁଦା ଅଭିମୁଖେ ଫେରୁଥିଲେ। ଏହି ସମୟରେ ଖୋସାଲିପୁର ରେଲୱେ ଓଭରବ୍ରିଜ ନିକଟରେ ଏକ ପଲସର ବାଇକ ରେ ଦୁଇ ଜଣ ଆସି ବିନୀତ ଙ୍କ ପତ୍ନୀ ଧରିଥିବା ବ୍ୟାଗକୁ ଛଡାଇ ନେଇଥିଲେ । ବ୍ୟାଗ ରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ରହିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଁଚି ଘଟଣାର ତଦନ୍ତ କରୁଛି।