ବଲାଙ୍ଗିର: ଶିବ ମନ୍ଦିରରୁ ଲୁଟ୍, ଠାକୁରଙ୍କ ମୁକୁଟ ସହିତ ଦାନ ବାକ୍ସରୁ ୨ ଲକ୍ଷ ଲୁଟିଲେ ଦୁର୍ବୁତ୍ତ

ବଲାଙ୍ଗିର ୮/୩: ମଧ୍ୟରାତ୍ରିରେ ଶିବ ମନ୍ଦିରରୁ ତାଲା ଭାଙ୍ଗି ଲୁଟିଲେ ଦୁର୍ବୁତ୍ତ । ଖୁଜେନପାଲି ଶିବ ମନ୍ଦିରରୁ ଗତକାଲି ରାତିରେ ଚୋରୀ ହୋଇଛି । ରାତି ଅଧରେ ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଚୋରୀ କରିବା ସହ ଦାନ ବାକ୍ସରୁ ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି ସଦର ଥାନା ପୋଲିସ ।