ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତାରିଣୀ ମନ୍ଦିରରୁ ଚୋରି; ସୁନା ଅଳଙ୍କାର ଲୁଟିନେବା ସହ ମା'ଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

Published By : Rasmita Pradhan | June 24, 2025 10:23 AM

ବାହାନଗା, ୨୪/୦୬ : ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ପଞ୍ଚାୟତରେ ଥିବା ଏକ ତାରିଣୀ ମନ୍ଦିରରୁ ଲୁଟ୍। ସୋମବାର ବିଳମ୍ଵିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ମା'ଙ୍କର ୧୦ଟି ସୁନା ପଦକ, ଅଳଙ୍କାର ଓ ଦାନ ହୁଣ୍ଡିରୁ ଟଙ୍କା ଚୋରି କରି ନେବା ସହ ମା'ଙ୍କର ମୁଣ୍ଡ କାଟି ନେଇଛନ୍ତି। ଆଜି ଭୋର୍ ୪ଟା ସମୟରେ ମନ୍ଦିର ପୂଜକ ମନ୍ଦିରରେ ପହଞ୍ଚି ଚୋରି ହୋଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଗୋପାଳପୁରରୁ ବାଲେଶ୍ଵର ରାସ୍ତାରେ ଶ୍ରୀଜଙ୍ଗ ବଜାର ଠାରୁ କିଛି ଦୂରରେ ଥିବା ମା' ତାରିଣୀଙ୍କ ମନ୍ଦିରରେ ଶରତ ଦେଳେଇ ପୂଜକ ଭାବେ କାମ କରନ୍ତି। ପ୍ରତ୍ୟେକ ଦିନ ଭଳି ସେ ମା'ଙ୍କର ପୂଜାର୍ଚ୍ଚନା ସାରି ପହଡ଼ ପକାଇ ଚାଲିଯାଇଥିଲେ। ବିଳମ୍ଵିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିରରେ ପଶି ମା'ଙ୍କର ୧୦ଟି ସୁନା ପଦକ, ଅଳଙ୍କାର ଓ ଦାନ ହୁଣ୍ଡିରୁ ଟଙ୍କା ଚୋରି କରି ନେବା ସହ ମା'ଙ୍କର ମୁଣ୍ଡ କାଟି ନେଇଥିଲେ। ଆଜି ଭୋର୍ ୪ଟା ସମୟରେ ମନ୍ଦିର ପୂଜକ ମନ୍ଦିରରେ ପହଞ୍ଚି ଚୋରି ହୋଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନେ ତାରିଣୀଙ୍କ ମନ୍ଦିରରୁ ଚୋରି କରିବା ପରେ ମା' ମଙ୍ଗଳାଙ୍କ ମନ୍ଦିରରେ ପଶିଥିବା ଜଣାପଡ଼ିଛି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.