PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ ପରେ ଘରେ ପଶି ଲୁଟ୍ ଉଦ୍ୟମ, କାବୁ କଲେ ଗ୍ରାମବାସୀ

ବାଲେଶ୍ଵର, ୨୨/୦୫ : ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ ପରେ ଘରୁ ଗହଣା ଲୁଟ ଉଦ୍ୟମ। ଫେରାର୍ ହୋଇଯିବା ବେଳେ ମାଡ଼ି ବସିଲେ ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରରେ ଏଭଳି ଘଟଣା ଘଟିଛି। ଗ୍ରାମବାସୀମାନେ ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି।

ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରର ଲିପନ ଜେନା ମଦ୍ୟପାନ କରି ସମ୍ପର୍କୀୟା ଭଉଣୀ ଘରକୁ ଆସି କବାଟ ଖୋଲିବାକୁ କହିଥିଲେ। ପଲ୍ଲବୀ ଜେନା କବାଟ ଖୋଲିବାରୁ ଲିପନ ତାଙ୍କ ଉପରକୁ କଟୁରୀ ସାହାଯ୍ୟରେ ଅତର୍କିତ ଆକ୍ରମଣ କରି ସୁନାଗହଣା ଧରି ଚମ୍ପଟ ମାରିବାକୁ ବସିଥିଲେ। ହେଲେ ପଲ୍ଲବୀଙ୍କ ପାଟି ଶୁଣି ପାଖ ପଡ଼ୋଶୀମାନେ ରୁଣ୍ଡ ହୋଇ ଲିପନକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ସଦର ଥାନା ଜିମା ଦେଇଥିଲେ। ଅପର ପକ୍ଷରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି।