ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ

Representative image
ମାର୍ଶାଘାଇ, ୨୮/୧୧ : ଦିନ ଦ୍ଵିପ୍ରହରେ ଲୁଟ୍। ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଗ୍ରାମରେ ଲୁଟ୍ ହୋଇଛି। ଉକ୍ତ ଗ୍ରାମରେ ଘର ଭଡ଼ା ନେଇ ରହୁଥିବା ଜଣେ ମହିଳାଙ୍କ ଘରୁ ସୋମବାର ଦିନ ୧୧ଟା ବେଳେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ମହିଳାଙ୍କର ସୁନା ଗହଣା ଧରି ଫେରାର୍ ହୋଇଯାଇଛନ୍ତି।
ସୂଚନାନୁଯାୟୀ, ଜୁଣ ଗ୍ରାମରେ ଭଡ଼ା ଘର ନେଇ ରହୁଥିବା ଜଣେ ମହିଳା ଆଜି ଘର ଭିତରେ କୌଣସି କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ଝିଅ ଅନ୍ୟ ଘରେ ପାଠ ପଢୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସିଥିଲେ। ଜଣେ ଘରର ଦୁଆର ମୁହଁରେ ଜଗିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କୁ ଭୁଜାଲି ଦେଖାଇ ସୁନା ଅଳଙ୍କାର ଲୁଟିନେଇ ଫେରାର୍ ହୋଇଯାଇଥିଲେ। ଖବର ପାଇ ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।