ପ୍ରମୁଖ ଖବର
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ଟ୍ରେନ୍ ଭିତରେ ନିଶା ଦେଇ ଦମ୍ପତିଙ୍କୁ ଲୁଟ୍, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପୁରୀ, ୨୪/୦୧ : ଦମ୍ପତିଙ୍କୁ ଟ୍ରେନ ବଗିରେ ନିଶା ଦେଇ ଲୁଟ କରିଛନ୍ତି ଦୁର୍ବୃତ୍ତ। ମଙ୍ଗଳବାର ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଘଟିଛି ଏଭଳି ଘଟଣା। ପୁରୀ ରେଳ ଷ୍ଟେସନରୁ ଦମ୍ପତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରାଯାଇଛି। ଆରପିଏଫ୍ ଟିମ ହସ୍ପିଟାଲରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ପରେ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଚେଚ ଥିବା ଦମ୍ପତି ଜଗତସିଂହପୁର ଜିଲ୍ଲା ଜନାର୍ଦ୍ଦନପୁରର ହେମନ୍ତ ମଲ୍ଲ ଓ ତାଙ୍କ ସ୍ତ୍ରୀ କୁନି ମଲ୍ଲ ବୋଲି ଜଣାଡିଛି।

ଏହି ଦମ୍ପତି ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ କଟକ ଅଭିମୁଖେ ଆସୁଥିଲେ। ତେବେ ଖଡ଼ଗପୁର ଷ୍ଟେସନରେ ସୋମବାର ରାତି ୯ ଟାରେ ସେମାନଙ୍କୁ ଦୁର୍ବୃତ୍ତ ଚା ପିଆଇଥିଲା ବୋଲି ଚେତା ଫେରିବା ପରେ କହିଛନ୍ତି କୁନି । ସେହି ଚା'ରେ ନିଶା ମିଶାଯାଇଥିବା ସନ୍ଦେହ କରାଯାଉଛି। କଟକ ଷ୍ଟେସନ ପରିବର୍ତ୍ତେ ଅଚେତ ହୋଇଯିବା କାରଣରୁ ଉଭୟ ପୁରୀ ଷ୍ଟେସନରେ ପହଞ୍ଚିଥିଲେ। ଆରପିଏଫ୍ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଜନାର୍ଦ୍ଦନଙ୍କ ଚେତା ଫେରିନି। ସେମାନଙ୍କ ଟଙ୍କା ଓ ମୋବାଇଲ ଲୁଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.