PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା

ପୁରୀ,୨୦/୦୮: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟିଲେ ଲୁଟେରା ଗ୍ୟାଙ୍ଗ୍‌ । ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଲୋକେ କାବୁ କରି ଟାଉନ୍‌ ଥାନା ପୁଲିସ ଜିମା ଦେଇଛନ୍ତି । ପୁଲିସ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖିଛି । ୩ ଜଣଙ୍କ ନାମ ଦୌଲତ୍‌ ଗିରି (୨୦), ଅମିର ଗିରି (୨୮) ଓ କାହ୍ନା ଚୌହାନ୍‌ (୫୦) । ୩ ଜଣ ବନ୍‌ଜାରା ବୋଲି ଜଣାପଡ଼ିଛି । ହେଲେ ଏ ସମ୍ପର୍କରେ ପୁଲିସ ଅଧିକ ତଥ୍ୟ ପ୍ରକାଶ କରି ନାହିଁ ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ବସ୍ତା ଅଞ୍ଚଳର ଧୀରେନ୍‌ କୁମାର ମହଲ୍‌ ଓ ତାଙ୍କ ପରିବାର ଶୁକ୍ରବାର ରାତିରେ ଶ୍ରୀମନ୍ଦିର ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ରାତି ୮ଟାରେ ସେମାନେ ବସ୍‌ଷ୍ଟାଣ୍ଡ୍‌ ଆଡକୁ ଫେରୁଥିଲେ । ଏହି ସମୟରେ ମରିଚିକୋଟ ଛକ ଠାରେ ସେମାନଙ୍କୁ ଟାର୍ଗେଟ୍‌ କରିଥିଲା ଲୁଟେରା ଗ୍ୟାଙ୍ଗ୍‌ । ଧୀରେନ୍‌ଙ୍କ ୫ ବର୍ଷର ଶିଶୁ କନ୍ୟା ବେକରେ ଏକ ସୁନା ଚେନ୍‌ ଥିଲା । ଏହାକୁ ଲୁଟିବାକୁ ଉଦ୍ୟମ କରି ଗ୍ୟାଙ୍ଗ୍‌ର ଜଣେ ବ୍ଲେଡ୍‌ ମାରି ଶିଶୁ ବେକରୁ ସୁନା ଚେନ୍‌ ଲୁଟିଥିଲା । ଏହି ସମୟରେ ଅନ୍ୟ ୨ ଜଣ ସେଠାରେ ଉପସ୍ଥିତ ଥିଲେ । ଲୁଟେରା ଅନ୍ୟ ଜଣକୁ ଚେନ୍‌ ଫିଙ୍ଗି ଖସିଯିବାକୁ ଉଦ୍ୟମ କରିବାବେଳେ ଜଣେ ବସ୍‌ ଚାଳକ ତାକୁ କିଛି ବାଟ ଗୋଡାଇ କାବୁ କରିଥିଲା । ଏହି ସମୟରେ ଲୁଟ୍‌ ହୋଇଥିବା ଜାଣିପାରି ଧୀରେନ୍‌ଙ୍କ ପରିବାର ଲୋକେ ଚିତ୍କାର କରିବାରୁ ଉପସ୍ଥିତ ଲୋକେ ଅନ୍ୟ ୨ ଜଣଙ୍କୁ ଘେରି ଯାଇଥିଲେ । ଫଳରେ ଲୁଟେରାମାନେ ଖସିପାରି ନଥିଲେ । ବସ୍‌ ଚାଳକ ମୁଖ୍ୟ ଲୁଟେରାକୁ କାବୁ କରିବା ପରେ ଲୋକେ ଅନ୍ୟ ୨ ଜଣଙ୍କୁ ଧରିଥିଲେ । ଉପସ୍ଥିତ ଲୋକ ଲୁଟେରାଙ୍କୁ ମାଡ଼ ମାରିବା ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ୩ ଜଣଙ୍କୁ ଥାନାକୁ ନେଇଥିଲା । ଏନେଇ ଧୀରେନ୍‌ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖିଛି ।