ନୂଆଦିଲ୍ଲୀ,୧୩/୦୨; ଅଭିଷେକ ଶର୍ମା ଅସୁସ୍ଥ ହୋଇପଡ଼ିବାରୁ ଚଳିତ ଟି-୨୦ ବିଶ୍ୱକପ୍ର ଟିମ୍ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍ ଖେଳି ନଥିଲେ । ପେଟ ସଂକ୍ରମଣ ପାଇଁ ଦୁଇ ଦିନ ପାଇଁ ହସ୍ପିଟାଲରେ ରଖାଯାଇଥିଲା । ଯଦିଓ ସେ ନାମ୍ବିଆ ବିପକ୍ଷ ମ୍ୟାଚ୍ ପାଇଁ ଭାରତୀୟ ଦଳ ସହିତ ଥିଲେ, ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ନାହାଁନ୍ତି । ଭାରତର ପରବର୍ତ୍ତୀ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ରହିଛି । ଏହି ବଡ଼ ମ୍ୟାଚ୍ ପୂର୍ବରୁ ଅଭିଷେକ ନିଜେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ୍ ଦେଇଛନ୍ତି । ତାଙ୍କ ୱେଟ୍ ଲସ୍ ହୋଇଥିବା ସେ କହିଛନ୍ତି ।

ଅଭିଷେକ ଶର୍ମା ଦିଲ୍ଲୀରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଘରେ ଏକ ପାର୍ଟିରେ ଯୋଗ ଦେଇଥିଲେ, କିନ୍ତୁ ଶୀଘ୍ର ଚାଲିଯାଇଥିଲେ । ରିପୋର୍ଟ ଅନୁଯାୟୀ ସେ ପାର୍ଟିରେ ଅସୁସ୍ଥ ଅନୁଭବ କରିଥିଲେ । ପରେ, ତାଙ୍କର ପେଟ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଫେବୃଆରୀ ୧୧ ତାରିଖରେ ଡିସଚାର୍ଜ କରାଯାଇଥିଲା ଏବଂ ସେ ଦଳରେ ପୁଣି ଯୋଗ ଦେଇଥିଲେ କିନ୍ତୁ ନାମିବିଆ ବିପକ୍ଷ ମ୍ୟାଚ୍ ଖେଳି ନଥିଲେ । ଏବେ ବଡ଼ ପ୍ରଶ୍ନ ହେଉଛି ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ କି ନାହିଁ । ଅଭିଷେକ ମ୍ୟାଚ ପୂର୍ବରୁ କହିଛନ୍ତି ଯେ ସେ ସୁସ୍ଥ ଅନୁଭବ କରୁଛନ୍ତି, କିନ୍ତୁ ତାଙ୍କର ଓଜନ କମିଛି।

ଅଭିଷେକ ଶର୍ମାଙ୍କ ଓଜନ କମୁଛି- ଅର୍ଶଦୀପ ସିଂହ ଏବଂ ଅଭିଷେକ ଶର୍ମାଙ୍କର ଏକ ଭିଡିଓ ସୋସିଆଲ ଭାଇରାଲ ହେଉଛି । ଯେଉଁଥିରେ ଅର୍ଶଦୀପ ସିଂହ ଅଭିଷେକଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରୁଛନ୍ତି । ଅଭିଷେକ ଉତ୍ତର ଦେଇ କହୁଛନ୍ତି ଯେ ସବୁକିଛି ଠିକ୍ ଅଛି । ତା'ପରେ ଅର୍ଶଦୀପ ପଚାରନ୍ତି, "ତୁମେ କ'ଣ ପତଳା ହୋଇଛ ?" ଅଭିଷେକ ଉତ୍ତର ଦିଅନ୍ତି, "ହଁ, ସବୁକିଛି ଠିକ୍ ଅଛି, କିନ୍ତୁ ମୋର କିଛି ଓଜନ କିଛି କେଜି କମିଛି ।" ସୋସିଆଲ ମିଡିଆରେ ଏହି ସମୟରେ ଭିଡ଼ିଓ ଭାଇରାଲ ହେଉଛି । ଅଭିଷେକ ଖୁବ ଦୁର୍ବଳ ମଧ୍ୟ ଲାଗୁଛନ୍ତି ।

ଏହା ବି ପଢନ୍ତୁ...'ଦେଶ ପାଇଁ ଜିତିବାକୁ ଚାହେଁ'...୨୦୨୭ ବିଶ୍ୱକପକୁ ନେଇ ରୋହିତଙ୍କ ବଡ଼ ବୟାନ, ଖୁସିରେ ଝୁମିଲେ ଫ୍ୟାନ୍ସ

ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ତ ? ଆସନ୍ତା ୧୫ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲ୍ଡଜ ମ୍ୟାଚ ରହିଛି । ମହାମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ଏସିଆ କପ ଫାଇନାଲରେ ପାକିସ୍ତାନକୁ ହରାଇବାପରେ ପ୍ରଥମ ଥର ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ । ଏହି ବଡ଼ ମ୍ୟାଚରେ ଅଭିଷେକ ଶର୍ମା ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହା ମଧ୍ୟ ରିପୋର୍ଟ ହୋଇଛି ଯେ, ଆମେରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭିଷେକ ଅସୁସ୍ଥ ହୋଇପଡ଼ିଥିଲେ । ସେହି ମ୍ୟାଚ୍ରେ ଅଭିଷେକ ତାଙ୍କର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ । ନାମିବିୟା ବିପକ୍ଷ ମ୍ୟାଚ ଖେଳି ନଥିଲେ ଅଭିଷେକ । ଅଧିନାୟକ ସୂର୍ଯ୍ୟ ସମ୍ପ୍ରତି କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ହୁଏତ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳି ନପାରନ୍ତି ଅଭିଷେକ ।