​​​​​​​ବାଲେଶ୍ୱର,୧୬/୧୦: ସମୟ ଅପରାହ୍ଣ ୩.୩୫ମିନିଟ। କୁଆଡୁ କିଛି ନ ଥିଲା ହଠାତ ଏକ ପ୍ରଚଣ୍ଡ ଶବ୍ଦ ଗୁଣାଗଲା। ଏହି ଶବ୍ଦର ପ୍ରକୋପ ଏତେ ଅଧିକ ଥିଲା ଯେ ଲୋକଙ୍କ ଘର ଦୋହଲାଇ ଦେଇଥିଲା। କାନ୍ଥ ହଲିବା ସହ ଘର ଆସବାହ ପତ୍ର ତଳେ ପଡ଼ି ଯାଇଥିଲା। ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। କିଛି ସମୟ ଭିତରେ ସ୍ଥିତି ସ୍ୱଭାବିକ ଜୋଇଥିଲା।

  ଏହି ଶବ୍ଦକୁ ତିନୋଟି ଜିଲ୍ଲା ତଥା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜବାସୀ ଶୁଣୁଛନ୍ତି। ଶବ୍ଦକୁ ନେଇ ମଧ୍ୟ ବିଭିନ୍ନ ଆଲୋଚନା ଜୋର ଧରିଛି। କିଏ କିଏ ଶବ୍ଦକୁ ଯୁଦ୍ଧ ବିମାନର ଶବ୍ଦ କହୁଥିବା ବେଳେ ଆଉ କେହି ଭୂମିକମ୍ପ କହିଛନ୍ତି। ଆଉ କେହି ଡିଆରଡିଓ ବୋମା ପରୀକ୍ଷା କରିଥିବା କହିଛନ୍ତି। ତେବେ ଏନେ ଉଭୟ ଜିଲ୍ଲା ପ୍ରଶାସନ କିମ୍ବା ଡିଆରଡିଓ ପକ୍ଷରୁ କିଛି ସୂଚନା ଦିଆଯାଇନି।