ନୂଆଦିଲ୍ଲୀ – କୁହାଯାଏ ବିବାହ ଭଳି ପ୍ରମୁଖ ଦାୟିତ୍ୱର କଥା ଘରର ଗୁରୁଜନ ଓ ବୟସ୍କ ମାନଙ୍କୁ ଶୋଭା ପାଇଥାଏ। ଅନେକ ସମୟରେ ଯୁବକ –ଯୁବତୀ ପରସ୍ପର ମଧ୍ୟରେ ସଂପର୍କ ସ୍ଥିର କରି ଦେଇଥାନ୍ତି , କିନ୍ତୁ ଏହି ସଂପର୍କ ଅଧିକ ଦିନ ତିଷ୍ଠି ନଥାଏ ଏବଂ ଯଦି କଥା ସୋସିଆଲ ମିଡ଼ିଆରେ ବନ୍ଧୁତାକୁ ପ୍ରେମ ହୋଇଥାଏ ତ, ଏହା ଆହୁରି ରିସ୍କ ହୋଇଯାଏ। ଏମିତି ହିଁ ମାମଲା ୟୁପିର ସହାରନପୁର ଜିଲ୍ଲୀରୁ ସାମ୍ନାକୁ ଆସିଛି।

ଏଠାରେ ଇନଷ୍ଟାଗ୍ରାମ୍‌ରେ ଯୁବକ-ଯୁବତୀଙ୍କ ବନ୍ଧୁତା ହୋଇ ଥିଲା। ଦୁହିଁଙ୍କର ବନ୍ଧୁତା ପ୍ରେମରେ ବଦଳି ଗଲା। ଉଭୟଙ୍କର ଫୋନ୍‌ର ବାର୍ତ୍ତାଳାପ ଆରମ୍ଭ ହୋଇ ଗଲା। ବାହାଘର କଥା ମଧ୍ୟ ଫୋନ୍ରେ ହିଁ ସ୍ଥିର ହୋଇଗଲା। ବିବାହକୁ ନେଇ ଉତ୍ସାହୀ ଯୁବକର ପରିବାର ଲୋକ ପ୍ରସ୍ତୁତି ଆରମ୍ଭ କରି ଦେଲେ। ଯୁବକ ହଳଦୀ ରୀତିନୀତି ସାରି ବର ସାଜି ଘୋଡ଼ାରେ ବରଯାତ୍ରୀ ନେଇ ବାହାରି ପଡ଼ିଲେ। କିନ୍ତୁ ବାହାଘରର ସେହି ଶେଷ ମୁହୂର୍ତ୍ତରେ କନ୍ୟା ଧୋକା ଦେଇ ଦେଲା ଏବଂ ପ୍ରେମିକ ସହ ସବୁ ସଂପର୍କ ତୁଟାଇ ଦେଲା। ବର ସାଜିଥିବା ପ୍ରେମିକ ଜଣଙ୍କ ବାରମ୍ୱାର କନ୍ୟା ସହ ସଂପର୍କ କରିବାକୁ ପ୍ରୟାସ କଲେ, କିନ୍ତୁ ଏହି ମଧ୍ୟରେ ରାସ୍ତାରୁ ବରଯାତ୍ରୀକୁ ନେଇ ଫେରିବାକୁ ପଡ଼ିଲା। ସୋସିଆଲ ମିଡ଼ିଆରେ ହୋଇଥିବା ପ୍ରେମରୁ ଯୁବକଙ୍କ ହୃଦୟ ମଧ୍ୟ ଭାଙ୍ଗି ଗଲା। ମାମଲାଟି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲିଟିଛି।

ଲାଇଭ ହିନ୍ଦୁସ୍ତାନ ଡଟ୍କମ୍ରେ ପ୍ରକାଶିତ ତଥ୍ୟାନୁସାରେ , ବଡ଼ଗାଓଁ ଅଞ୍ଚଳର ଏକ ଗାଁ ନିବାସୀ ଜଣେ ଯୁବକଙ୍କର ବରେଲି ନିବାସୀ ଯୁବତୀଙ୍କ ସହ ଇନଷ୍ଟାଗ୍ରାମ୍ରେ ବନ୍ଧୁତା ହୋଇଥିଲା। ବନ୍ଧୁତା କିଛି ହିଁ ଦିନରେ ପ୍ରେମରେ ବଦଳି ଗଲା। ଉଭୟଙ୍କର ପ୍ରେମ ଏତେ ବଢିଗଲା ଯେ ବିବାହରେ ଯାଇ ପହଞ୍ଚି ଗଲା। ଉଭୟଙ୍କ ମଧ୍ୟରେ ଫୋନ୍ରେ ବାହାଘରର ତିଥି ଦୁଇ ଡିସେମ୍ୱର ସ୍ଥିର ହୋଇଗଲା। ଯୁବକଙ୍କ ପରିବାର ଲୋକେ ଉତ୍ସାହପୂର୍ବକ ବିବାହର ପ୍ରସ୍ତୁତି କଲେ। ନିମନ୍ତ୍ରଣ ମିଳିବା ପରେ ବନ୍ଧୁ ପରିଜନମାନେ ମଧ୍ୟ ଘରେ ଏକାଠି ହୋଇଗଲେ। ଯୁବକଙ୍କ ହଳଦୀ ଓ ତେଲ ଲଗା ରୀତିନୀତି କଲେ। ଯୁବକ ବର ସାଜି ବ୍ୟାଣ୍ଡବାଜା ସହ ଶୋଭାଯାତ୍ରା ନେଇ ଦେଓବନ୍ଦ ରେଲୱେ ଷ୍ଟେସନରେ ପହଞ୍ଚି ଗଲେ , ସେଠାରେ ବର କନ୍ୟା ସାଜିଥିବା ପ୍ରେମିକାକୁ ଫୋନ୍ କରିଥିଲେ,ତ ସେ ତାଙ୍କର ଫୋନ୍ କାଟି ଦେଲା। ଏହା ପରେ କନ୍ୟାର ଫୋନ୍ ବନ୍ଦ ଆସିଲା। ଘଣ୍ଟା ଘଣ୍ଟା ଧରି ଫୋନ୍ କରିବାକୁ ଚେଷ୍ଟା କରିବା ପରେ ମଧ୍ୟ କନ୍ୟାର କୌଣସି ଜବାବ ମିଳିଲା ନାହିଁ ,ତାପରେ ବରକୁ ନିରାଶ ହୋଇ ବରଯାତ୍ରୀ ନେଇ ଘରକୁ ଫେରି ଆସିବାକୁ ପଡ଼ିଲା।

କୁହାଯାଉଛି ଯେ, ଯୁବତୀଙ୍କ ଦ୍ୱାରା ଯୌତୁକରେ କାର ଦେବାର ଆଶ୍ୱାସନାରେ ପାଞ୍ଚ ଦିନ ପୂର୍ବେ ଯୁବକ ନିଜ ସାଥୀଙ୍କ ସହ ସହାରନପୁର ଶୋରୁମ୍କୁ ଯାଇଥିଲେ,ଯେଉଁଠି ସେ ବ୍ରେଜା କାର ପସନ୍ଦ କରି ଆସିଥିଲେ। ଇନଷ୍ଟାଗ୍ରାମ୍‌ରେ ହୋଇଥିବା ବନ୍ଧୁତା , ପ୍ରେମ ଓ ବିବାହ ଭାଙ୍ଗିବା ଦ୍ୱାରା ଯୁବକଙ୍କ ହୃଦୟ ଭାଙ୍ଗିଗଲା। କୁହାଯାଉଛି ଯେ, ଯୁବକ ଜଣକ ଖୁବ୍ ଦୁଃଖରେ ଅଛନ୍ତି।