PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଭିଲିଆନ୍ ପ୍ରେମିକ: ଯୁବତୀଙ୍କୁ ଫସାଇ କଲା ଦୁଷ୍କର୍ମ, ସମ୍ପର୍କ ତୁଟିବା ପରେ ପ୍ରେମିକାକୁ କରିଦେଲା କଲ୍‌ଗାର୍ଲ

କଟକ,୦୧/୦୬: ପ୍ରେମିକାଙ୍କୁ ନେଇ ହୋଟେଲ୍‌ରେ ରହିଲେ । ସେଠାରେ ଜବରଦସ୍ତ ଦୁଷ୍କର୍ମ କଲେ । ମାତ୍ର କିଛି ଦିନ ପରେ ପ୍ରେମ ସମ୍ପର୍କ ତୁଟିବାରୁ ପ୍ରେମିକ ଏବେ ଅସଲ ରୂପ ଦେଖାଇଛି । ପ୍ରେମିକାଙ୍କ ଫେସ୍‌ବୁକ୍‌ ଆଇଡି ହ୍ୟାକ୍‌ କରି ସେଥିରେ କଲ୍‌ଗାର୍ଲ ବୋଲି ଟିପ୍ପଣୀ ଦେଇଛନ୍ତି । ଏପରିକି ପ୍ରେମିକାଙ୍କ ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାକୁ କହିଛନ୍ତି । ପ୍ରେମିକାଙ୍କ ନିକଟକୁ ଏମିତି ଫୋନ୍‌ ଆସୁଥିବାରୁ ପୀଡ଼ିତା ଜଣକ କଟକ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଜଣେ ଯୁବତୀ ଘର ଭଡ଼ା ନେଇ ରହୁଛନ୍ତି । ସେ ଏକ ସରକାରୀ କାର୍ଯ୍ୟାଳୟରେ ଚାକିରି କରିଛନ୍ତି । କିଛି ବର୍ଷ ହେଲା ଯୁବତୀଙ୍କର ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ଯୁବକ ଏକ ଇନ୍ସୁରାନ୍ସ କମ୍ପାନିରେ କାମ କରନ୍ତି । ଦୁହେଁ ପ୍ରେମୀଯୁଗଳ ଭଳି ଚଳୁଥିଲେ ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, କିଛି ମାସ ପୂର୍ବରୁ ଦୁହେଁ ଏକ ହୋଟେଲ୍‌କୁ ଯାଇଥିଲେ । ସେଠାରେ ସଂପୃକ୍ତ ଯୁବକ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ଘଟଣାର କିଛି ମାସ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ଆସିଲା । ବାହାଘରକୁ ନେଇ ବିବାଦ ସୃଷ୍ଟି ହେଲା । ପରେ ଦୁହେଁ ଅଲଗା ହୋଇଗଲେ । ମାତ୍ର ଏଥିରେ ଯୁବକ ପ୍ରତିଶୋଧ ପରାୟଣ ହୋଇପଡ଼ିଲେ । ସେ ପୂର୍ବରୁ ଜାଣିଥିବା ପ୍ରେମିକାଙ୍କ ଫେସ୍‌ବୁକ୍‌ ଆଇଡି ଓ ପାସ୍‌ୱାର୍ଡକୁ ବ୍ୟବହାର କଲେ । ପ୍ରେମିକାଙ୍କ ଆଇଡିକୁ ଲଗ୍‌ଇନ୍‌ କରି ସେଥିରେ ପ୍ରେମିକାଙ୍କୁ ଜଣେ କଲ୍‌ଗାର୍ଲ ବୋଲି ଉଲ୍ଲେଖ କଲେ ।

ଏଥିରେ ପ୍ରେମିକାଙ୍କ ଫୋନ୍‌ ନମ୍ବର ଦେଇ ଯୋଗାଯୋଗ କରିବାକୁ କହିଲେ । ଏଭଳି ସ୍ଥିତିରେ ଯୁବତୀଙ୍କ ପାଖକୁ ଭିନ୍ନ ଭିନ୍ନ ଲୋକଙ୍କ ଫୋନ୍‌ ଆସିବାକୁ ଲାଗିଛି । ଯୁବତୀଙ୍କୁ ଦେହଜୀବୀ ଭଳି ବ୍ୟବହାର କରୁଛନ୍ତି । ବାରମ୍ବାର ଏଭଳି ଫୋନ୍‌ ଆସିବାରୁ ଯୁବତୀ ତା’ର କାରଣ ଖୋଜିଲେ । ପ୍ରେମିକ ହିଁ ଏହି କାଣ୍ଡ ଭିଆଉଥିବା ଜାଣି ସେ’ ମହିଳା ଥାନାରେ ମାମଲା କରିଛନ୍ତି । ପୁଲିସ ଏବେ ସବୁ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି ।