PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ପ୍ରେମ ବିବାହ ପରେ ପ୍ରତାରଣା: ସ୍ତ୍ରୀଙ୍କ ହଙ୍ଗାମା ପରେ ମାମଲା ରୁଜୁ କଲା ପୁଲିସ, ଗର୍ଭପାତ କରାଇବା ପରେ ଛୁ ମାରିଥିଲେ ସ୍ୱାମୀ

ଦେବଗଡ,୦୧/୦୭: ପ୍ରେମବିବାହ କରି ସ୍ତ୍ରୀ ଭାବେ ଭୁବନେଶ୍ୱର ଠାରେ ଘର ଭଡ଼ା ନେଇ ରଖିବା ସହ ପ୍ରେମିକାଙ୍କୁ ଧୋକା ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏପରିକି ଛଳନା କରି ଗର୍ଭପାତ କରାଇବା ପରେ ଯୁବକ ଜଣକ ବ୍ୟବସାୟ କରିବାକୁ କହି ୩ ଲକ୍ଷରୁ ଅଧିରୁ ଟଙ୍କା, ସୁନାଗହଣା ଓ ସ୍କୁଟି ସହ ଫେରାର୍‌ ମାରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ସମ୍ପୃକ୍ତ ଯୁବତୀ ଗତ ୨୮ ତାରିଖରୁ ଦେବଗଡ ଥାନା ପହଞ୍ଚି ଏତଲା ଦେଇଥିବା ବେଳେ ପୁଲିସର ବିଳମ୍ବିତ ପଦକ୍ଷେପ ଦେଖି ମଡେଲ ଥାନାରେ ପାଟିତୁଣ୍ଡ କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଥାନାରେ ରୁଣ୍ଡ ହେବା ଦେଖି ପୁଲିସ ସମ୍ପୃକ୍ତ ଯୁବକ ଦେବଗଡ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅମିତ୍‌ ରଣଜିତ୍‌ ବିରୋଧରେ ମାମଲା ରୁଜୁ କରିଛି । ଯୁବତୀ ଜଣକ ଗତ ୨୩ ତାରିଖରୁ ଅମିତଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିଥିବା ବେଳେ ସେମାନେ ଦୀର୍ଘ ସପ୍ତାହେ ହେଲା ଚୁପ୍‌ ରହିବା ସହ ତାଙ୍କୁ ଧମକ୍‌ ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି ।

ଅଭିଯୋଗ ଅନୁସାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ ରମ୍ଭେଇ ପଞ୍ଚାୟତ ଅଂଚଳର ଜଣେ ଆଦିବାସୀ ଯୁବତୀଙ୍କ ସହ ଅମିତ ଫେସବୁକ ଯୋଗେ ସମ୍ପର୍କ ସ୍ଥାପନ କରିଥିଲେ । ଯୁବତୀ ଜଣକ ଚାକିରୀ କରିବା ସହ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିବା ବେଳେ ଅମିତ୍‌ ନିୟମିତ ଯିବା ଆସିବା କରି ତାଙ୍କୁ ଏକ ଘର ଭଡ଼ା ନେଇ ରଖିଥିଲେ । ଯୁବତୀ ଜଣକ ଗର୍ଭଧାରଣ କରିବା ପରେ ଅମିତ୍‌ ତାଙ୍କୁ ଗତ ବର୍ଷ ସେପ୍ଟେମ୍ବର ୮ ତାରିଖ ଭୁବନେଶ୍ୱର ସତ୍ୟ ବିହାର ମନ୍ଦିର ଠାରେ ବିବାହ କରି ନୂଆପଲ୍ଲୀ ଅଞ୍ଚଳର ବେହେରା ସାହିରେ ଏକ ଘର ଭଡ଼ା ନେଇ ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ । ପରବର୍ତୀ ସମୟରେ ଅମିତ୍‌ ତାଙ୍କ ଗର୍ଭପାତ କରାଇବା ସହ ବ୍ୟବସାୟ କରିବ କହି ବିଭିନ୍ନ ସମୟରେ ଟଙ୍କା ଆଣିଥିଲେ । ପ୍ରେମବିବାହ କରିଥିବାରୁ ଯୁବତୀ ଜଣକ ନିଜ ଭବିଷ୍ୟତକୁ ଚାହିଁ ସବୁକିଛି ପୂରଣ କରିଥିଲେ ।ତେବେ ଗତ ମେ ମାସ ୨୮ ତାରିଖ ଅମିତ୍‌ ତାଙ୍କ ସୁନାଗହଣା ସହ ସ୍କୁଟିନେଇ ଦେବଗଡ ଫେରାର୍‌ ମାରିଥିଲା ।

ଦୀର୍ଘଦିନ ଧରି ଫୋନ୍‌ ରିସିଭ୍‌ ନକରିବାରୁ ଯୁବତୀଙ୍କ ମନରେ ସନ୍ଦେହ ହେବାରୁ ଗତ ଗୁରୁବାର ତାଙ୍କ ଘରେ ପହଞ୍ଚିଥିଲେ। ତେବେ ଏହାର ସମାଧାନ କରିବା ବଦଲରେ ଅମିତଙ୍କ ପରିବାର ତାଙ୍କୁ ପୁଲିସକୁ ଗଲେ କିମ୍ବା ଏକଥା କାହାରି ସମ୍ମୁଖରେ ପ୍ରଘଟ୍ଟ କଲେ ହତ୍ୟା କରିବେ ବୋଲି ଧମକ୍‌ ଦେଇଥିଲେ । ଫଳରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଦେବଗଡ ଥାନା ପହଞ୍ଚି ଅମିତ୍‌ ବିରୋଧରେ ଅଭିଯୋଗ କରିବା ସହ ତୁମ୍ବିତୁଫାନ କରିବାରୁ ଘଟଣାଟି ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।