PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଦେଶୀ ପିସ୍ତଲ ସହ ସେଲଫି ନେଇ ପରସ୍ପରକୁ ଗୁଳି କଲେ ପ୍ରେମୀ ଯୁଗଳ

ଯୋଧପୁର,୧୩।୬: ପ୍ରେମ ପାଇଁ ମରିବା ଓ ପ୍ରେମ ପାଇଁ ବଞ୍ଚିବା ଏଭଳି ଘଟଣା ଆମେ ଫିଲ୍ମରେ ଦେଖିଛୁ, କିନ୍ତୁ ବାସ୍ତବିକ ଜୀବନରେ ଏସବୁ ଖୁବ୍ କମ୍। କିନ୍ତୁ ରାଜସ୍ଥାନର ବାଡମେର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗତ ବୁଧବାର ବିଳମ୍ବିତ ରାତିରେ ପ୍ରେମୀ ଯୁଗଳ ଜଣେ ଅନ୍ୟ ଜଣକ ସାମ୍ନାରେ ଠିଆ ହୋଇ ନିଜକୁ ଗୁଳି କରି ମରିଯାଇଛନ୍ତି। ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି। ତେବେ ମରିବା ପୂର୍ବରୁ ଦୁହେଁ ରିତେଲି ଟିଲେରେ ବସି ଦେଶୀ ପିସ୍ତଲ ସହିତ ସେଲଫି ନେଇଥିଲେ ଓ ନିଜର ସାଙ୍ଗମାନଙ୍କୁ ଫଟୋ ପୋଷ୍ଟ କରିଥିଲେ।

ପୋଲିସ ଗୁରୁବାର କହିଛି ଯେ, ବାଡମେରର ଲିଲସର ଗାଁରେ ରହୁଥିବା ଶଙ୍କର ଓ ପନ୍ନୁ ପରସ୍ପରକୁ ଭଲ ପାଉଥିଲେ। ତେବେ ଏହାକୁ ଦୁହିଁଙ୍କ ପରିବାର ଲୋକ ବିରୋଧ କରୁଥିଲେ। ତେବେ ପରସ୍ପରକୁ ପାଇବାକୁ ସେମାନେ ନିଜର ଜୀବନ ଦେବାକୁ ପଛାଇନଥିଲେ। ଦୁହେଁ ବୁଧବାର ସନ୍ଧ୍ୟାରେ ଘରୁ ବାହାରି ଗାଁ ବାହାରେ ଥିବା ଏକ ଶୂନଶାନ୍ କ୍ଷେତରେ ବସିଯାଇଥିଲେ। ଜଣେ ଅନ୍ୟ ଜଣକ ସାମନାରେ ଠିଆା ହୋଇ ନିଜ ନିଜର ମୁଣ୍ଡକୁ ଗୁଳି କରି ମରିଯାଇଥିଲେ। ଗୁରୁବାର ସକାଳେ ସ୍ଥାନୀୟ ଜଣେ ଲୋକ ପ୍ରେମୀଯୁଗଳଙ୍କୁ ରକ୍ତରଞ୍ଜିତ ଅବସ୍ଥାରେ ଦେଖିବାକୁ ପାଇ ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରୁ ବିୟର ବୋତଲ ମିଳିଛି। ପୋଲିସ ଦୁହିଁଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଇ ଦେଇଛି।