ନୂଆଦିଲ୍ଲୀ,୦୧/୦୫; ମାସ ଆରମ୍ଭରୁ ମହଙ୍ଗା ମାଡ଼ । ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଭାରତରେ ମହଙ୍ଗା ବମ୍ ଫୁଟିଛି । ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗ ଏବଂ ଆସାମ ସମେତ ୫ ରାଜ୍ୟରେ ନିର୍ବାଚନ ସରିବା ପରେ, ବାଣିଜ୍ୟିକ ଏଲପିଜି ସିଲିଣ୍ଡର (୧୯କିଲୋଗ୍ରାମ) ଦର ବୃଦ୍ଧି ହୋଇଛି । ତୈଳ କମ୍ପାନୀଗୁଡ଼ିକ ମେ ପହିଲାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ଟଙ୍କା ବୃଦ୍ଧି କରିଛନ୍ତି । ମୁଦ୍ରାସ୍ଫୀତି ସାଧାରଣ ଲୋକ ଏବଂ ବ୍ୟବସାୟ ଉଭୟଙ୍କ ପାଇଁ ଏକ ବଡ଼ ଝଟକା । ଏହି ବୃଦ୍ଧି ସିଧାସଳଖ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ଉପରେ ପ୍ରଭାବ ପକାଇବ, ଯାହା ଫଳରେ ଖାଦ୍ୟ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।  ଏହି ନୂଆ ଦର ସିହତ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡିର ଦର ୩୦୭୧ ଟଙ୍କା ୫୦ ପଇସା ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ନୂଆ ମୂଲ୍ୟ ଅନୁସାରେ, ଦିଲ୍ଲୀରେ ଏକ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ଏବେ ୩୦୭୧.୫୦ ହୋଇଛି, ଯାହା ପୂର୍ବରୁ ୨୦୭୮.୫୦ ଥିଲା। ମୁମ୍ବାଇରେ ଏହି ମୂଲ୍ୟ ୩୦୨୪କୁ ବୃଦ୍ଧି ପାଇଛି । କୋଲକାତାରେ ଏହା ୩୨୦୨ରେ ପହଞ୍ଚିଛି । ଲକ୍ଷ୍ନୌ, ପାଟନା, ଜୟପୁର ଏବଂ ଚେନ୍ନାଇ ଭଳି ସହରରେ ସମାନ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ୟୁପିରେ ମଧ୍ୟ ପ୍ରଭାବ ପଡିଛି ବ୍ୟବସାୟୀଙ୍କ ଚିନ୍ତା ବଢିଛି । ଏହି ବୃଦ୍ଧିର ପ୍ରଭାବ ଉତ୍ତର ପ୍ରଦେଶର ସହରଗୁଡ଼ିକରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ଆଗ୍ରା, ଲକ୍ଷ୍ନୌ ଏବଂ ଗୋରଖପୁର ଭଳି ସହରରେ ବାଣିଜ୍ୟିକ ସିଲିଣ୍ଡର ପ୍ରାୟ ୯୯୩ ମହଙ୍ଗା ହୋଇଛି। ଏହା ଫଳରେ ଛୋଟ ବ୍ୟବସାୟ ପାଇଁ ଖର୍ଚ୍ଚ ହଠାତ୍ ବୃଦ୍ଧି ପାଇଛି, ଯାହା ଗ୍ରାହକମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ହେଲେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ, ଏହା ୯୧୩ ଏବଂ ଅନ୍ୟାନ୍ୟ ସହରଗୁଡ଼ିକରେ ପ୍ରାୟ ସମାନ ସ୍ତରରେ ରହିଛି, ଯାହା ସାଧାରଣ ପରିବାରକୁ କିଛି ଆଶ୍ୱସ୍ତି ଦେଇଛି ।

​​​​​​​OTP ମାଧ୍ୟମରେ ଗ୍ୟାସ ବିତରଣ- ୧ ମଇ ଠାରୁ, ଗ୍ୟାସ୍ ବିତରଣ ନିୟମକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏବେ, ସିଲିଣ୍ଡର ବିତରଣ ସମୟରେ, ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏକ OTP ପଠାଯିବ, ଯାହାକୁ ଦେବାକୁ ପଡିବ। ଏହା ଠକେଇ ବିତରଣ ଏବଂ ଅନିୟମିତତାକୁ ରୋକିବ ।

 

ଏହା ବି ପଢନ୍ତୁ...ଭାରତୀୟ ନୌସେନାକୁ ମିଳିଲା ଚତୁର୍ଥ P17A ଷ୍ଟିଲଥ୍ ଫ୍ରିଗେଟ୍ 'ମହେନ୍ଦ୍ରଗିରି', ସମୁଦ୍ରରେ ବଢିବ ଶକ୍ତି  

 

ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ କି ? ବାଣିଜ୍ୟିକ ଗ୍ୟାସ୍ ମୂଲ୍ୟ ବୃଦ୍ଧି ଯୋଗୁଁ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକର ଖର୍ଚ୍ଚ ବଢିବ, ଯାହା ଖାଦ୍ୟ ମୂଲ୍ୟକୁ ପ୍ରଭାବିତ କରିପାରେ । ଫଳରେ, ଆଗାମୀ ଦିନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପାଇଁ ହୋର୍ମୁଜ ରାସ୍ତା ବ୍ଲକ ହୋଇଛି । ଯେଉଁଠୁ ଭାରତକୁ ବଡ଼ ପରିମାଣର ଗ୍ୟାସ ଏବଂ ତେଲ ଆସିଥାଏ । ହୋର୍ମୁଜ ବାଟ ବନ୍ଦ ହେବାକୁ ଗ୍ୟାସ ଏବଂ ତେଲ ସପ୍ଲାଏ ହ୍ରାସ ପାଇଛି । ଫଳରେ ଭାରତ ଅନ୍ୟ ସ୍ଥାନରୁ ତେଲ ଏବଂ ଗ୍ୟାସ ଆଣୁଛି । ଏହା ଖର୍ଚ୍ଚ ବୃଦ୍ଧି ଏବଂ ଯୋଗାଣ ଉପରେ ଚାପ ସୃଷ୍ଟି କରିଛି । ଏହା ଗ୍ୟାସ ମୂଲ୍ୟ ବୃଦ୍ଧି କରିଛି ।