ମୁମ୍ବାଇ,୧୪/୦୮: ଭାରତର ପୂର୍ବତନ ପେସ୍‌ ବୋଲର ଜାହିର ଖାନ ପ୍ରମୁଖ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସର ମେଣ୍ଟର ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି ।  ଗତ ସିଜନରେ ସେ ମେଣ୍ଟର ନିଯୁକ୍ତ  ହୋଇଥିଲେ । ପୂର୍ବରୁ ଗୌତମ ଗମ୍ଭୀର ଏହି  ଦାୟିତ୍ୱରେ ରହିଥିଲେ ।୨୦୨୪ ସିଜନରେ  ସେ କୋଲକାତା  ନାଇଟ ରାଇଡର୍ସ  ମେଣ୍ଟର ଭାବେ ଯୋଗ  ଦେଇଥିଲେ । 

ଗମ୍ଭୀରଙ୍କ ସ୍ଥାନରେ ଜାହିରଙ୍କୁ ଗତ ନିଯୁକ୍ତି ମିଳିଥିଲା । ସେ ଉଭୟ ମେଣ୍ଟର ଓ ବୋଲିଂ କୋଚ ଦାୟିତ୍ୱରେ  ରହିଥିଲେ । ଗତ ସପ୍ତାହରେ ସୁପରଜାଏଣ୍ଟ୍‌ସ ବୋଲିଂ କୋଚ୍‌ ଭାବେ ଭରତ  ଅରୁଣଙ୍କୁ ନିଯୁକ୍ତି ଦେଇଥିଲା ।

ସୂଚନାଯୋଗ୍ୟ, ୨୦୨୬ ସିଜନ ପୂର୍ବରୁ  ସୁପରଜାଏଣ୍ଟ୍‌ସ କୋଚିଂ ଟିମ୍‌ରେ ଆନେକ ପରିବର୍ତ୍ତନ କରିବାକୁ ଯାଉଛି ।  ଫ୍ରାଞ୍ଚାଇଜ ମାଲିକ ସଞ୍ଜୀବ ଗୋଏଙ୍କା ଦକ୍ଷିଣ ଆଫିକାର ଏକ ଲିଗ ଦଳ ଡର୍ବାନ  ସୁପରଜାଏଣ୍ଟ୍‌ସ ଓ ଇଂଲଣ୍ଡରେ ଆୟୋଜିତ ହେଉଥିବା ଦ ହଣ୍ଡ୍ରେଡ୍‌ର ଏକ  ଦଳ ମାଞ୍ଚେଷ୍ଟର ଅରିଜିନାଲ୍ସ କିଣିଛନ୍ତି । ତେଣୁ ୩ଟି ଯାକ ଦଳକୁ ପରିଚାଳନା  କରିବା ପାଇଁ କ୍ରିକେଟ୍‌ ନିର୍ଦ୍ଦେଶକ ଭାବେ ନୂଆ ସଦସ୍ୟ ଖୋଜୁଛନ୍ତି।