PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ; ନବୀନ୍‌-ଉଲ୍‌-ହକ୍‌ଙ୍କ ଦମ୍‌ଦାର୍‌ ବୋଲିଂ

Image Courtesy: IPL twitter

ଚେନ୍ନାଇ,୨୪/୦୫: ଆଇପିଏଲ୍ ୨୦୨୩ ର ଏଲିମେଟର୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ.ଏ.ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଇଛି। ପ୍ର‌‌ଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଦାରିତ ଓଭରରେ ୮ ଓ୍ପିକେଟ ହରାଇ ୧୮୨ ରନ୍‌ କରିଛି। ଏବେ ୧୮୩ ରନ୍‌ର ବିଜୟଲକ୍ଷକୁ ପିଛା କରି ମୈଦାନକୁ ଓହ୍ଲାଇବ ଲକ୍ଷ୍ନୌ ସୁପର ଜିଆଣ୍ଟଅସ୍। ତେବେ ଟିମ୍‌ ପକ୍ଷରୁ କ୍ୟାମେରନ୍ ଗ୍ରୀନ୍ ୪୧ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୩ ରନ୍, ନେହଲ ୱାଧେରା ୨୩ ରନ କରିଛନ୍ତି। ଲକ୍ଷ୍ନୌ ପକ୍ଷରୁ ନବୀନ-ଉଲ୍-ହକ୍ ସର୍ବାଧିକ ୪ ଟି ୱିକେଟ୍ ନେଇଥିଲବା ବେଳେ ୟଶ ଠାକୁର୍ ୩ ୱିକେଟ୍ ନେଇଥିଲେ। ସେହିପରି ମୋହସିନ୍ ଖାନ୍‌ଙ୍କୁ ମଧ୍ୟ ଏକ ସଫଳତା ମିଳିଥିଲା।

ମୁମ୍ବାଇ ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା ଓ ଇଶାନ କଶନ ଯଦିଓ ଦଳକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ୩.୩ ଓଭରରେ ରୋହିତ ଶର୍ମା(୧୦ ବଲ୍ ୧୧ ରନ୍) ଆଉଟ୍ ହୋଇଯାଇଥିଲେ। ସେତେବେଳରେ ଦଳୀୟ ସ୍କୋର ୩୦-୧ ହୋଇଥିଲା। ଏହାପରେ ୪.୨ ଓଭରରେ ଇଶାନ କିଶନ( ୧୨ ବଲ୍ ୧୫ ରନ୍), ୧୦.୪ ଓଭରରେ ସୂର୍ଯ୍ୟ କୁମାର ଯାଦବ(୨୦ ବଲ୍ ୩୩ ରନ୍), ୧୦.୬ ଓଭର କ୍ୟାମରନ ଗ୍ରୀନ(୨୩ ବଲ ୪୧ ରନ୍), ୧୬.୩ ଓଭର ଟିମ୍ ଡାଭିଡ(୧୩ ବଲ ୧୩ ରନ୍), ୧୭.୩ ଓଭରରେ ତିଲକ ବର୍ମା(୨୨ ବଲ ୨୬ ରନ୍) ଓ ୧୮.୫ ବଲ୍‌ରେ କ୍ରିସ ଜୋର୍ଡାନ ୭ ବଲରେ ୪ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ନେହାଲ ୱାଧେରା ଓ ହ୍ରିତିକ ଶୋକୀନ ବ୍ୟାଟିଂ କରି ୯.୧ ରନ୍ ହାରରେ ଦଳୀୟ ସ୍କୋର ୧୮୩ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଶେଷ ବେଳକୁ ନେହାଲ ୱାଧେରା ବଡ଼ ବଡ଼ ଶଟ୍ ମାରିଥିଲେ ହେଁ ଶେଷ ବଲ୍‌ରେ ଆଉଟ୍ ହୋଇଥିଲେ।