ନୂଆଦିଲ୍ଲୀ : ୧୪୬ ରନରେ ଅଲଆଉଟ୍ ହେଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ବେଙ୍ଗାଲୁରୁ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ । ରାସିଖ ସଲାମ ଅକ୍ତିଆର କଲେ ୪ ଓ୍ବିକେଟ୍ । ମିଚେଲ ମାର୍ସ ଲକ୍ଷ୍ନୌ ପକ୍ଷରୁ ସର୍ବାଧିକ ୪୦ ରନ କରିଥିବାବେଳେ ଦଳର ୭ ଜଣ ଖେଳାଳି ଛୁଇଁ ପାରିଲେନି ଦୁଇ ଅଙ୍କ ।

ଟସ୍ ଜିତି RCB ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦଳ ବିଶାଳ ସ୍କୋର କରିବାରେ ସଫଳ ହୋଇନାହିଁ । ଯଦିଓ ଦଳର ଦୁଇ ଓପନର ମାକ୍ରମ ଏବଂ ମାର୍ସ ଭଲ ଆରମ୍ଭ କରିଥିଲେ ତତାପି ଦଳର ବାକି ଖେଳାଳି ବିଫଳ ହୋଇଥିଲେ । ଦଳ ପକ୍ଷରୁ ଆୟୂଷ ବଦୋନି ୩୮, ମୁକୁଲ ଚୌଧୁରୀ ୩୯ ରନ କରିଛନ୍ତି । ଏହାସହ ମାକ୍ରମ ୧୨ ରନ କରିଛନ୍ତି । କାବି କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ସେପଟେ ଆରସିବି ପକ୍ଷରୁ ଭୁବନେଶ୍ବର କୁମାର ୩, କୃନାଲ ପାଣ୍ଡ୍ୟା ୨ ଏବଂ ହାଜେଲହୁଡ ଗୋଟିଏ ଓ୍ବିକେଟ୍ ନେଇଛନ୍ତି ।