ମୁମ୍ବାଇ,୨୪/୬ : ଆଗାମୀ ବର୍ଷ ଆଇପିଏଲର ୨୦ତମ ସିଜନ ହେବ । ଯାହାର ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇସାରିଛି । ୧୯ତମ ସିଜନ ଶେଷ ହେବା ପରେ ଲକ୍ଷ୍ନୌ ସୁପରା ଜାଏଣ୍ଟ୍ସ ଆଗାମୀ ସିଜନ ଲାଗି ଏବେଠାରୁ ଅଣ୍ଟା ଭିଡ଼ିଛି । ଏହି ଟିମ୍ ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରି ରଖିଛି । ଯାହାକୁ ମଜବୁତ କରିବା ଲାଗି ସଞ୍ଜୀବ ଗୋୟନକାଙ୍କ ଏହି ଫ୍ରାଞ୍ଚାଇଜରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।
ଲକ୍ଷ୍ନୌ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ଏକ ଆଶ୍ଚର୍ଯ୍ୟଜନକ ପ୍ଲେୟାର ଟ୍ରେଡ୍ ଡିଲ୍ ମାଧ୍ୟମରେ ଋଷଭ ପନ୍ତଙ୍କୁ ରିଲିଜ କରି କୂଲଦୀପ ଯାଦବଙ୍କୁ ନିଜ ଟିମରେ ସାମିଲ କରିଥିଲା ଏବଂ ଏବେ ଏବେ ନିଜ କୋଚିଂ ଷ୍ଟାଫରେ ବଡ଼ ପରିବର୍ତ୍ତନ କରିଛି । ଟିମ୍ ଏକ ବ୍ୟାଟିଂ କୋଚଙ୍କୁ ଡାକିଛି । ଯିଏ ଯୁବ ଖେଳାଳୀଙ୍କୁ ବ୍ୟାଟିଂର ଟ୍ରିକ୍ସ ଶିଖାଇବେ ।
ସୂଚନା ଅନୁସାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଇପିଏଲ୍ ୨୦୨୭ ଲାଗି ଟିମରେ ନୂଆ ବ୍ୟାଟିଂ କୋଚ୍ ରୂପରେ ଘରୋଇ କ୍ରିକେଟରେ କେରଳ ତରଫରୁ ଖେଳୁଥିବା ଜୀ.ଜୟକୂମାରଙ୍କ ନିଯୁକ୍ତ କରାଯାଇଛି । ଆଇପିଏଲ୍ ୨୦୨୬ରେ ଏଲଏସଜୀର ଫ୍ଲପ ଶୋର ସବୁଠାରୁ ବଡ଼ କାରଣରୁ ତାଙ୍କ ବ୍ୟାଟିଂର ପ୍ରଦର୍ଶନ ଖରାପ ଥିଲା। ଯାହାକୁ ସୁଧାରିବାର ଦାୟିତ୍ବ ଏବେ ଜୟକୁମାରଙ୍କ କାନ୍ଧରେ ହେବ । ଜୀ.ଜୟକୁମାର ଘରୋଇ କ୍ରିକେଟରେ ପ୍ରାୟ ୨୩ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ୨୫ଫାଷ୍ଟ କ୍ଲାସ ମ୍ୟାଚ୍ ଏବଂ ୮ଲିଷ୍ଟ-ଏ ମ୍ୟାଚ୍ ସାମିଲ ରହିଛି । ସେ ଏକ ଅଲରାଉଣ୍ଡର ଖେଳାଳୀ ଥିଲେ। ଯିଏ ଫାଷ୍ଟ କ୍ଲାସ କ୍ରିକେଟରେ ୧୨୨ରନ୍ କରିବା ସହ ୫୩ଓ୍ବିକେଟବି ନେଇଛନ୍ତି । ଜୟକମୁର ଲକ୍ଷ୍ନୌର ସେହି ହାଇ-ପ୍ରୋଫାଇଲ କୋଚିଂ ଗ୍ରୁପରେ ଯୋଡ଼ିହେବେ ଯେଉଁଥିରେ ଟମ୍ ମୁଡ଼ି, ଜଷ୍ଟିନ ଲ୍ୟାଗର ଏବଂ ଭରତ ଅଋଣଙ୍କ ଭଳି ଭେଟରାନ ପୂର୍ବରୁ ସାମିଲ ଅଛନ୍ତି। ଜୀ.ଜୟକୁମାରଙ୍କ ଏହି ଏଣ୍ଟ୍ରି ସହ ଏହା ସ୍ପଷ୍ଟ ହୋଇଯାଇଛି କି ଦକ୍ଷିଣ ଆଫ୍ରିକାର ଭେଟରାନ ଅଲରାଉଣ୍ଡର ଲାଂସ କ୍ଲୁଜନର ଏବେ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସ ସହ ସେଟଅପର ଭାଗିଦାରୀ ରହିବେ ନାହିଁ । ସେ ଆଇପିଏଲ୍ ୨୦୨୬ରେ ଟିମର ବ୍ୟାଟର କୋଚ୍ ଥିଲେ ।