PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା, କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ଲକ୍ଷ୍ନୌ, ୨୦/୮ : ଭୂକମ୍ପରେ ଥରିଲା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ କେତେକ ଜିଲ୍ଲା । ଶୁକ୍ରବାର ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଲୋକେ ଅନୁଭୂତ କରିଛନ୍ତି । ଏହି ଝଟକା ଏତେମାତ୍ରାରେ ଥିଲା କି ଲୋକମାନେ ନିଦରେ ଥାଇ ମଧ୍ୟ ଏହାକୁ ଅନୁଭୂତ କରିଛନ୍ତି । ଯାହାପରେ କେତେକ ଲୋକ ମଧ୍ୟ ଘରୁ ବାହାରି ଆସିଥିବା ମଧ୍ୟ ଦେଖାଯାଇଛି । ରାତି ପାଖାପାଖି ୧ଟା ୧୨ମିନିଟରେ ଆସିଥିବା ଭୂକମ୍ପର ରେକ୍ଟର ସେଲର ତ୍ରିବ୍ରତା ୫.୨ମପାଯାଇଛି । ଏହାର କେନ୍ଦ୍ର ଲକ୍ଷ୍ନୌରୁ ୧୩୯କିମି ଦୂର ଉତ୍ତର-ଉତ୍ତରପୂର୍ବରେ ୮୨କିମି ଗଭୀରତାରେ ରହିଥିଲା ।

ପ୍ରକାଶ ଯେ, ରାଜଧାନୀ ଲକ୍ଷ୍ନୌ, ସୀତାପୁର, ଲଖୀମପୁର ଖୀରୀ ଏବଂ ବରେଲୀରେ ଏହି ଭୂକମ୍ପ ଏଭଳି ପରିସ୍ଥିତିରେ ଆସିଲା କି ଯେତେବେଳେ ଲୋକମାନେ ଗଭୀର ନିଦରେ ଶୋଇଥିଲେ । ଏହି ଅଞ୍ଚଳରେ ଯେପରି ଲୋକମାନେ ଭୂକମ୍ପ ଅନୁଭୂତ କରିଥିଲେ ସେହିଭଳି ଲୋକମାନେ ଘରୁ ବାହାରିବାକୁ ଆସିବାକୁ ଲାଗିଥିଲେ । ଭୂକମ୍ପର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ମାତ୍ର ଲୋକମାନେ ଏହାକୁ ଅନୁଭୂତ କରିଥିବା ନଜର ଆସିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭୂକମ୍ପର ଝଟକା ଏତେମାତ୍ରାରେ ଥିଲା କି ଘରେ ରଖିଥିବା ଜିନିଷ ସବୁ କିଛି ସମୟ ପର୍ଯ୍ୟନ୍ତ ହଲିବାକୁ ଲାଗିଥିଲା । ମାତ୍ର ଜନ୍ମାଷ୍ଟମୀ ହେବା କାରଣରୁ କେତେକ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ପେଣ୍ଡାଲ ଏବଂ ଘରେ ଜଗି ରହିଥିଲେ । ଯେପରି ଭାବେ ଭୂକମ୍ପ ଆସିଲା ଲୋକମାନେ ରାସ୍ତା ଉପରକୁ ଚାଲି ଆସିବା ଦେଖାଯାଇଥିଲା ।