PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କୋଲକାତାକୁ ଆବଶ୍ୟକ ବୃହତ ବିଜୟ, ଟସ୍‌ ଜିତି ସୁପର୍‌ ଜିଆଣ୍ଟସ୍‌ର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ KKR

ମୁମ୍ବାଇ ୧୮/ ୦୫ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ବୁଧବାର ମୁହାଁମୁହିଁ ହେବାକୁ ଯାଉଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଲୋକେସ୍‌ ରାହୁଲଙ୍କ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ । ପ୍ରଥମେ ବୋଲିଂ କରିବ ଶ୍ରେୟସ ଆୟରଙ୍କ କୋଲକାତା ନାଇଟ୍‌ ରାଇଡର୍ସ ।

ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ୍‌ । ୧୬ ପଏଣ୍ଟ ହାସଲ କରିସାରିଥିବା ସୁପରଜାଏଣ୍ଟ୍‌ସ ଆଜି ବିଜୟ ସହ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ନାଇଟ୍‌ ରାଇଡର୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି । ୧୨ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସ ଆଜି ବଡ ବ୍ୟବଧାନରେ ବିଜୟ ହାସଲ କରି ପଏଣ୍ଟ ସଂଖ୍ୟା ୧୪କୁ ବୃଦ୍ଧି କରିବ । ଏଥି ସହ ଅନ୍ୟ ଦଳ ଗୁଡ଼ିକର ପ୍ରଦର୍ଶନକୁ ମଧ୍ୟ ଅପେକ୍ଷା କରିବ । ନାଇଟ୍‌ ରାଇଡର୍ସର ରନ୍‌ ରେଟ୍‌ ୦.୧୬୦ ରହିଛି । ପଏଣ୍ଟ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ୧୪ ପଏଣ୍ଟ ଲେଖାଏଁ ହାସଲ କରିସାରିଛନ୍ତି ।

କ୍ୟାପିଟାଲ୍ସ ଶେଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଶେଷ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବେ । ଉଭୟଙ୍କ ମଧ୍ୟରେ ବିଜୟୀ ଦଳ ପ୍ଲେ- ଅଫ୍‌ରେ ପ୍ରବେଶ କରିପାରିବ । ଫଳରେ ୧୪ପଏଣ୍ଟ ହାସଲ କରୁଥିବା ଦଳ ମଧ୍ୟ ବାଦ ପଡ଼ିଯିବେ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ ୭୫ ରନ୍‌ରେ ବିଶାଳ ବିଜୟ ହାସଲ କରିଥିଲା । ନାଇଟ୍‌ ରାଇଡର୍ସ ଶେଷ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଫଳରେ ଆସନ୍ତା କାଲି ବିଜୟ ଧାରା ଜାରି ରଖିବାକୁ ଦଳ ପ୍ରୟାସ କରିବ । ଅଜିଙ୍କ୍ୟ ରାହାଣେଙ୍କ ଆହତ ସମସ୍ୟା ଦଳକୁ ପ୍ରବାଭିତ କରିପାରେ । କାରଣ ପୂର୍ବରୁ ପ୍ୟାଟ୍‌ କମିନ୍ସ ମଧ୍ୟ ଆହତ ହୋଇ ବାଦ ପଡ଼ିସାରିଛନ୍ତି । ସୁପରଜାଏଣ୍ଟ୍‌ସ ଦଳ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ ହେଁ ଏପର୍ଯ୍ୟନ୍ତ ବ୍ୟାଟିଂ ବିଭାଗ ତ୍ରୁଟି ଦୂର କରିପାରି ନାହିଁ । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଏ ପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ପ୍ଲେ-ଅଫ ପୂର୍ବରୁ ସବୁ ତ୍ରୁଟି ସୁଧାରିବା ମୁଖ୍ୟ ଲକ୍ଷ୍ୟ ହେବ ।

ସମ୍ବନ୍ଧିତ ଖବର