PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆଜି ଶାରଦୀୟ ନବରାତ୍ରି ତୃତୀୟ ଦିନ, ମାତା ଚନ୍ଦ୍ରଘଣ୍ଟାଙ୍କର ଉପାସନା କଲେ ଦୁଃଖ ନାଶ ହେବା ସହ ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ ହୁଏ

ଭୁବନେଶ୍ୱର ୨୮/୦୯: ମା’ ଦୁର୍ଗାଙ୍କ ତୃତୀୟ ଶକ୍ତିର ନାମ ଚନ୍ଦ୍ରଘଣ୍ଟା । ଶାରଦୀୟ ନବରାତ୍ରିର ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କର ଉପାସନା ବିଧି ରହିଛି । ମା’ଙ୍କର ଏହି ସ୍ୱରୂପ ପରମ ଶାନ୍ତିଦାୟକ ଓ କଲ୍ୟାଣକାରୀ । ତାଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର ବିଦ୍ୟମାନ । ସେଥିପାଇଁ ସେ ଚନ୍ଦ୍ରଘଣ୍ଟା ନାମରେ ପୂଜିତା ।

ଦଶଭୁଜା ମା’ଙ୍କର ଶରୀରର ରଙ୍ଗ ସ୍ୱର୍ଣ୍ଣ ଭଳି ଉଜ୍ଜ୍ୱଳ । ୧୦ ହସ୍ତରେ ମା’ ଖଡ୍‌ଗ ଆଦି ବିଭିନ୍ନ ଅସ୍ତ୍ର ଧାରଣ କରିଛନ୍ତି । ତାଙ୍କର ବାହନ ସିଂହ । ଯୁଦ୍ଧ ପାଇଁ ଉଦ୍ୟତ ମୁଦ୍ରାରେ ମାତା ଉପବେସନ କରିଛନ୍ତି । ମା’ ଚନ୍ଦ୍ରଘଣ୍ଟାଙ୍କ କୃପାରୁ ସମସ୍ତ ପାପ ଓ ବାଧା ନଷ୍ଟ ହୁଏ । ମା’ଙ୍କ ଆରାଧନା ସଦା ଫଳଦାୟୀ । ମା’ ଭକ୍ତଙ୍କ କଷ୍ଟ ଶୀଘ୍ର ନିବାରଣ କରନ୍ତି । ତାଙ୍କ ଉପାସକ ସିଂହ ଭଳି ପରାକ୍ରମୀ ଓ ନିର୍ଭୀକ ହୋଇଥାଏ । ମା’ଙ୍କ ଘଣ୍ଟର ଧ୍ୱନି ସର୍ବଦା ଭକ୍ତଙ୍କୁ ପ୍ରେତବାଧାରୁ ରକ୍ଷା କରେ ।