PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ମା’କୁ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟାକଲା ପୁଅ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ପାରାଦୀପ ୨୩/୦୫: ତୁଚ୍ଛ ହେଲା ମମତା। ମା’କୁ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟାକଲା ପୁଅ। ଏଭଳି ଅଭାବନୀୟ ଘଟଣା ପାରାଦୀପ ଲକ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ପଞ୍ଚାୟତର କୁମ୍ଭାର ସାହିରେ। ଏହା ପରେ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ନୂଆଗଡର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା କୁମ୍ଭାର ସାହିର ସୁଲୋଚନା ଦେଇ(୫୮) ମଙ୍ଗଳବାର ସକାଳେ ଘରେ ଥିବା ବେଳେ ତାଙ୍କ ସାନ ପୁଅ ଅଂଶୁମାନ ବେହେରା ହଠାତ ସୁଲୋଚନାଙ୍କୁ ଏକ ଧାରୁଆ କଟୁରୀରେ ଆକ୍ରମଣ କରିଥିଲେ। ପୁଅର ଏଭଳି ରୂପ ଦେଖି ସୁଲୋଚନା ଘର ବାହାରକୁ ଦୌଡ଼ି ଆସିଥିଲେ। କିନ୍ତୁ ସୁଲୋଚନା ତଳେ ପଡିଯିବାରୁ ତାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକେଇ ଚାଲିଥିଲା ଅଂଶୁମାନ। ଅତି ବିଭତ୍ସ ଭାବରେ ହାଣି ମୁଣ୍ଡକୁ ଛତୁ କରିଦେଇଥିଲା । ଘଟଣା ସ୍ଥଳରେ ସୁଲୋଚନାଙ୍କ ମୃତ୍ୟୁ ହେବାପରେ ଘଟଣା ପ୍ରଘଟ ହୋଇଥିଲା। ପାଖ ପଡୋଶୀ ଆସି ଦେଖିବା ପରେ ଲକ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ହତ୍ୟା ଅଭିଯୋଗରେ ଅଂଶୁମାନକୁ ପୁଲିସ ଅଟକ ରଖିଛି। ହତ୍ୟାରେ ବ୍ୟବହୃତ କଟୁରୀକୁ ପୁଲିସ ଜବତ କରିଛି । ତେବେ ଦୀର୍ଘଦିନ ହେବ ଅଂଶୁମାନ ମାନସିକ ରୋଗ ପାଇଁ ଔଷଧ ଖାଇବା ସହ ଚିକିତ୍ସା ହେଉଥିବା ଜଣା ପଡିଛି । ଏଭଳି ଏକ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।