PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଆଜି ଶାରଦୀୟ ନବରାତ୍ରିର ଚତୁର୍ଥ ଦିନ, ମାତା କୁଷ୍ମାଣ୍ଡାଙ୍କ ଉପାସନା କଲେ ଆୟୁ, ଯଶ, ବଳ ଓ ଆରୋଗ୍ୟଲାଭ ହୁଏ

ନୂଆଦିଲ୍ଲୀ ୨୯/୦୯: ନବରାତ୍ରିର ଚତୁର୍ଥ ଦିନ ମାତା କୁଷ୍ମାଣ୍ଡାଙ୍କୁ ଉପାସନା କରାଯାଏ । ଯେତେବେଳେ ସୃଷ୍ଟିର ଅସ୍ତିତ୍ୱ ନ ଥିଲା, ମାତା କୁଷ୍ମାଣ୍ଡା ବ୍ରହ୍ମାଣ୍ଡ ରଚନା କରିଥିବା ପୁରାଣରେ ବର୍ଣ୍ଣିତ ଅଛି । ତେଣୁ ସେ ସୃଷ୍ଟିର ଆଦି-ସ୍ୱରୂପା, ଆଦିଶକ୍ତି । ସୂର୍ଯ୍ୟମଣ୍ଡଳର ଆଭ୍ୟନ୍ତର ଲୋକ ହେଉଛି ମାତାଙ୍କ ନିବାସ ସ୍ଥାନ । ସେଠାରେ ନିବାସ କରିବାର କ୍ଷମତା ଓ ଶକ୍ତି କେବଳ ତାଙ୍କଠାରେ ହିଁ ଅଛି । ତାଙ୍କ ଶରୀରର କାନ୍ତି ଓ ପ୍ରଭା ମଧ୍ୟ ସୂର୍ଯ୍ୟ ଭଳି ଦିବ୍ୟ ଓ ଦୀପ୍ତିମାନ । ତାଙ୍କ ତେଜ ଓ ପ୍ରକାଶରେ ଦଶ ଦିଗ ପ୍ରକାଶିତ ହୁଏ । ମା’ ଅଷ୍ଟଭୁଜା । ତେଣୁ ସେ ଅଷ୍ଟଭୁଜା ଦେବୀ ନାମରେ ମଧ୍ୟ ବିଖ୍ୟାତ ।

ତାଙ୍କର ସାତ ହସ୍ତରେ କ୍ରମଶଃ କମଣ୍ଡଳ, ଧନୁ, ବାଣ, କମଳ ପୁଷ୍କ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭା ପାଉଛି । ୮ମ ହସ୍ତରେ ସମସ୍ତ ସିଦ୍ଧି ଓ ନିଧି ପ୍ରଦାୟକ ଜପମାଳା ରହିଛି । ମା’ ସିଂହବାହିନୀ । ମାତା କୁଷ୍ମାଣ୍ଡାଙ୍କ ଉପାସନା ଦ୍ୱାର ସମସ୍ତ ରୋଗ-ଶୋକ ଦୂର ହୁଏ । ତାଙ୍କ ଶକ୍ତିରୁ ଆୟୁ, ଯଶ, ବଳ ଓ ଆରୋଗ୍ୟଲାଭ ହୁଏ ।